ଅନ୍ତର୍ଜାତୀୟଜାତୀୟ

ଋଷ ଟାର୍ଗେଟ୍‌ରେ ମାଲଡୋଭା ! କହିଲା- ‘ଆମକୁ ଶୀଘ୍ର ୟୁରୋପୀୟ ସଂଘରେ ସାମିଲ କର’

ନୂଆଦିଲ୍ଲୀ() ୟୁକ୍ରେନ୍‌ର ପଡ଼ୋଶୀ ରାଷ୍ଟ୍ର ମୋଲଡୋଭା ଉପରେ ରୁଷର ନଜର ରହିଛି । ୟୁକ୍ରେନ୍‌ ପରେ ମୋଲଡୋଭା ଉପରେ ଆକ୍ରମଣ ପାଇଁ ଚିନ୍ତା କରୁଛନ୍ତି ରାଷ୍ଟ୍ରପତି ଭ୍ଲାଦିମିର୍‌ ପୁଟିନ । ଏହାକୁ ନେଇ ଦେଶରେ କମ୍ପନ ସୃଷ୍ଟି ହୋଇଛି । ତଥାପି ବିପଦ ସମୟରେ ଏହା ୟୁକ୍ରେନ୍‌ର ଶରଣାର୍ଥୀଙ୍କ ସହ ଛିଡ଼ା ହେବ ବୋଲି ଏହାର ପ୍ରଧାନମନ୍ତ୍ରୀ ନାଟାଲିଆ ଗାଭ୍ରିଲିତା କହିଛନ୍ତି ।

ମୋଲଡୋଭା ରାଜଧାନୀ ଚିସିନାଉଠାରେ ଆମେରିକା ବୈଦେଶିକ ମନ୍ତ୍ରୀ ଆଣ୍ଟୋନି ବ୍ଲିଙ୍କେନଙ୍କ ଉପସ୍ଥିତିରେ ଏକ ସାମ୍ବାଦିକ ସମ୍ମିଳନୀରେ ନାଟାଲିଆ କହିଛନ୍ତି, ୟୁରୋପୀୟ ସଂହତି ପାଇଁ ମୋ ଦେଶ ପ୍ରତିଶ୍ରୁତିବଦ୍ଧ । ଏହି ପରିପ୍ରେକ୍ଷୀରେ ୟୁକ୍ରେନ୍‌ରୁ ପଳାଇ ଆସୁଥିବା ଲୋକମାନଙ୍କୁ ଆମେ ସୁରକ୍ଷା ଯୋଗାଇ ଦେଉଛୁ । ସେମାନଙ୍କ ପାଇଁ ଉପଯୁକ୍ତ ବ୍ୟବସ୍ଥା କରାଯାଉଛି । ଏ ପର୍ଯ୍ୟନ୍ତ ୨.୩୦ ଲକ୍ଷରୁ ଅଧିକ ଶରଣାର୍ଥୀ ଆସିଲେଣି । ପୂର୍ବରୁ ୧.୨୦ ଲକ୍ଷ ଲୋକ ଏଠାରେ ରହୁଛନ୍ତି । ମୋଲଡୋଭା ଭଳି ଏକ ଛୋଟ ଦେଶ ପାଇଁ ଏହି ସଂଖ୍ୟା ବେଶ୍‌ ବଡ଼। ତଥାପି ଆମେ ପଛଘୁଞ୍ଚା ଦେବୁନାହୁଁ ।

Related Articles

Back to top button
WP Twitter Auto Publish Powered By : XYZScripts.com