ଓଡ଼ିଶା

ବିବାହ କାର୍ଯ୍ୟରେ ଯୋଗ ଦେବାକୁ ଯାଇଥିଲେ, ଗଛରୁ ଉଦ୍ଧାର ହେଲା ଝୁଲନ୍ତା ମୃତଦେହ

ଯାଜପୁର () ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ । ବଡ଼ ଭାଇଙ୍କ ଶ୍ବଶୁର ଘରେ ବାହାଘର ନିମନ୍ତେ ଯାଇଥିବା ସାନଭାଇ ରମେଶ ଜେନାଙ୍କ ମୃତଦେହ ଏକ ଗଛରୁ ଉଦ୍ଧାର ହୋଇଛି । ମୃତ ଯୁବକଙ୍କ ଘର ବିରିପଟା କଣିପଡା ଅଞ୍ଚଳରେ ।

ଗୁରୁବାର ବିବାହ କାର୍ଯ୍ୟରେ ଯୋଗ ଦେବାକୁ ଛଞ୍ଚିଣା ପଂଚାୟତର ପ୍ରଧାନ ସାହିର ବଡ଼ ଭାଇଙ୍କ ଶ୍ବଶୁର ଘରକୁ ଆସିଥିଲେ । ସେଠାରେ ଏକ ଗଛରୁ ରମେଶଙ୍କ ମୃତଦେହ ଝୁଲୁଥିବାର ଦେଖି ପୋଲିସକୁ ଖବର ଦେଇଥିଲେ ଗ୍ରାମବାସୀ । ଘଟଣାସ୍ଥଳରେ ମଙ୍ଗଳପୁର ପୋଲିସ ପହଞ୍ଚି ଶବକୁ ଜବତ କରିବା ସହ ଅଧିକ ତଦନ୍ତ ଚଳାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com