ଓଡ଼ିଶା
VSSUTରେ ପୁଣି ରାଗିଂ: ୩ ଛାତ୍ରଙ୍କୁ ନିସ୍ତୁକ ପିଟିବା ସହ ମୋବାଇଲ ଭାଙ୍ଗିଦେଲେ
ଭୁବନେଶ୍ୱର() କିଛିଦିନର ନିରବତା ପରେ ପୁଣି ଥରେ ଅଶାନ୍ତ ହୋଇ ପଡ଼ିଛି ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ (ଭିସୁଟ୍) । ବିଶ୍ୱବିଦ୍ୟାଳୟର ଜୁନିୟର ଛାତ୍ରମାନେ ସିନିୟରଙ୍କ ରାଗିଂର ଶିକାର ହୋଇଥିବା ଜଣାପଡ଼ିଛି । ସିନିୟରମାନେ ଜୁନିୟରଙ୍କୁ ନିସ୍ତୁକ ମାଡ଼ ମାରିବା ସହ ମୋବାଇଲ ଭାଙ୍ଗିଦେଇଥିବା ଛାତ୍ରାବାସର ୱାର୍ଡେନଙ୍କ ନିକଟରେ ଅଭିଯୋଗ ହୋଇଛି ।
ସୂଚନାଯୋଗ୍ୟ ଯେ, ଅନେକ ସମୟରେ ଭିସୁଟର ଛାତ୍ରମାନେ ରାଗିଂର ଶିକାର ହୋଇଥାନ୍ତି । ଗତ ବର୍ଷ ସେପ୍ଟେମ୍ବର ମାସରେ ମଧ୍ୟ ସେଠାରେ ଜଣେ ଛାତ୍ର ରାଗିଂର ଶିକାର ହୋଇଥିଲେ । ଜଣେ ତୃତୀୟ ବର୍ଷର ଛାତ୍ରଙ୍କୁ ଜଣେ ଛତୁର୍ଥ ବର୍ଷର ଛାତ୍ର ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା । ରାଗିଂକୁ ରୋକିବା ପାଇଁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ବିଭିନ୍ନ ପ୍ରକାର କଡ଼ା ଆଭିମୁଖ୍ୟ ଗ୍ରହଣ କରୁଥିଲେ ହେଁ ଛାତ୍ରମାନଙ୍କ ମାନସିକତାରେ କୌଣସି ପରିବର୍ତ୍ତନ ପରିଲକ୍ଷିତ ହେଉନାହିଁ ।