ଜାତୀୟମନୋରଞ୍ଜନ

ନିଜ ଦମ୍‌ରେ କାମ କରିଛି. କେବେବି ବାପାଙ୍କ ନାଁକୁ ବ୍ୟବହାର କରିିନି-ଶ୍ରୁତି ହାସନ୍‌

ମୁମ୍ବାଇ: ଭାରତୀୟ ସିନେ ଇଣ୍ଡଷ୍ଟ୍ରିରେ ନିଜ ପାଇଁ ନିଜର ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଥିବା ଅଭିନେତ୍ରୀ ହେଉଛନ୍ତି ଶ୍ରୁତି ହାସନ୍‌ । ପରଦାରେ ନିଜ ଦକ୍ଷ ଅଭିନୟ ପାଇଁ ସେ ଖୁବ୍‌ ଲୋକପ୍ରିୟ ହୋଇପାରିଛନ୍ତି । ତେବେ ସେ କାମ ପାଇବାକୁ କଦାପି ନିଜ ବାପାଙ୍କ ନାଁ ବ୍ୟବହାର କରିନାହାନ୍ତି । ଏ କଥା ଶ୍ରୁତି ନିଜ ମୁହଁରୁ କହିଛନ୍ତି ।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ସାକ୍ଷାତକାରରେ ସେ କହିଛନ୍ତି ‘ନାଁ ଆଗରେ ସାଙ୍ଗିଆ ରଖିବାକୁ କେହି କେବେ ମନା କରିପାରିବେ ନାହିଁ । ଏହା ମୋ ପାଇଁ ଏକ ମାର୍ଗ ଖୋଲିଛି ବୋଲି ମୁଁ ଜାଣେ । କିନ୍ତୁ କାମ ପାଇବା ପାଇଁ ମୁଁ କଦାପି ବାପା କି ମାଆଙ୍କ ନାଁକୁ ବ୍ୟବହାର କରିନାହିଁ । ଅନ୍ୟମାନଙ୍କ ଭଳି ସଂଘର୍ଷ କରି ମୁଁ ଇଣ୍ଡଷ୍ଟ୍ରିରେ କାମ କରିଛି । କିନ୍ତୁ ସତ କଥା ହେଉଛି ଫିଲ୍ମରେ କାମ କରିବା ମୋ ପାଇଁ ବହୁତ କଠିନ ଓ ଚ୍ୟାଲେଞ୍ଜିଂ ଥିଲା । ପ୍ରଥମ ପ୍ରୋଜେକ୍ଟରେ ସଫଳ ହୋଇନଥିଲେ ବି ପୁଣି ଥରେ ସାହାସର ସହ ଫେରିବା ଏବଂ ଇଣ୍ଡଷ୍ଟ୍ରିରେ ତିଷ୍ଠିବାର କାରଣ ହେଉଛି ମୁଁ ନିଜ କାମକୁ ଖୁବ୍‌ ଭଲପାଏ । ଏହା ମୋ ପାଇଁ ଚମତ୍କାର ଅନୁଭବ ।

ଶ୍ରୁତିଙ୍କ ଅପ୍‌କମିଙ୍ଗ ପ୍ରୋଜେକ୍ଟରେ ଅଛି ‘ସଲାର୍‌’। ଏଥିରେ ‘ବାହୁବଲୀ’ ଷ୍ଟାର୍‌ ପ୍ରଭାସଙ୍କ ସହ ସେ ସ୍କ୍ରିନ୍‌ ସେୟାର କରିବେ। ଏହା ତାଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରୋଜେକ୍ଟ ହେବ । ଫିଲ୍ମକୁ ନେଇ ଶ୍ରୁତି ଖୁବ୍‌ ଉତ୍ସାହିତ ଅଛନ୍ତି । ଫିଲ୍ମ ବିଷୟରେ ଘୋଷଣା ହେବା ପରଠୁ ସେ ଏବେ ଲାଇମ୍‌ଲାଇଟ୍‌ରେ ଅଛନ୍ତି ଅଭିନେତ୍ରୀ ।

Related Articles

Back to top button
WP Twitter Auto Publish Powered By : XYZScripts.com