Breaking NewsFeaturedଭାଇରାଲ୍ ଭିଡିଓ

ଦେଖନ୍ତୁ ବନ୍ୟା ପାଣିରେ କେମିତି ଧୋଇ ହୋଇଗଲା କୋଟି କୋଟି ଟଙ୍କା ।

ବନ୍ୟାରେ ଧୋଇଗଲା କୋଟି କୋଟି ଟଙ୍କା । ହଜାରେ, ଲକ୍ଷେ କିମ୍ବା କୋଟିଏ ଟଙ୍କା ନୁହେଁ ବରଂ ୪ଶହ କୋଟି ଟଙ୍କା ବୁଡିଗଲା ବନ୍ୟା ଜଳରେ । ଏଭଳି ଘଟଣା ଘଟିଛି ମହାରାଷ୍ଟ୍ରର ନାଗପୁରରେ । ପ୍ରବଳ ବନ୍ୟା ପରିସ୍ଥିତି ଯୋଗୁ ଏକ ବ୍ୟାଙ୍କର ୪ଶହ କୋଟି ଟଙ୍କା ପାଣିରେ ଭାସି ଯାଇଥିବା ଜଣାପଡିଛି । ଏବେ ଆସନ୍ତୁ ଜାଣିବା କେବେ ଆଉ କେମିତି ଘଟିଥିଲା ଏହି ଘଟଣା ।

ସେପ୍ଟେମ୍ବର ୨୩, ୨୦୨୩ । ନାଗପୁରର ନାଗ ନଦୀରେ ଆସିଥିଲା ଭୟଙ୍କର ବନ୍ୟା । ଯେଉଁଥିରେ ଏକାଧିକ କୋଠାବାଡି, ରାସ୍ତାଘାଟ ସବୁକିଛି ହୋଇ ପଡିଥିଲା ଜଳମଗ୍ନ । ଆଉ ଏହି ବନ୍ୟାଜଳରେ ଏକ ବ୍ୟାଙ୍କର କୋଟି କୋଟି ଟଙ୍କା ନଷ୍ଟ ହୋଇଯାଇଥିବା ଜଣାପଡିଛି । କୁହାଯାଉଛି ନାଗପୁରରେ ବନ୍ୟା ସ୍ଥିତି ଯୋଗୁ ପ୍ରଭାବିତ ହୋଇଥିଲା ସୀତାବଲୋଦି ଅଂଚଳ । ଯେଉଁଠି ରହିଛି ବ୍ୟାଙ୍କ ଅଫ ମହାରାଷ୍ଟ୍ର ଶାଖା । ଯାହାର ୪୦୦କୋଟି ଟଙ୍କା ବନ୍ୟା ପାଣିରେ ଭାସି ଯାଇ ନଷ୍ଟ ହୋଇଯାଇଛି । ଏହି ବନ୍ୟା ପାଣି ବ୍ୟାଙ୍କରେ ନୋଟ ଥିବା ଷ୍ଟ୍ରଙ୍ଗ ରୁମରେ ମଧ୍ୟ ପାଣି ପଶିଯାଇଥିଲା । ଫଳରେ ନୋଟ ରହିଥିବା ବାକ୍ସରେ ମଧ୍ୟ ବନ୍ୟା ଜଳରେ ବୁଡି ଯାଇଥିଲା ।

ତେବେ ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ପୁରା ଗୋଟିଏ ଦିନ ତଥା ୨୪ଘଂଟା ପରେ ଜଳ ନିଷ୍କାସନ ହୋଇଥିଲା । ହେଲେ ନୋଟ ଥିବା ବାକ୍ସଟି ସଂପୁର୍ଣ୍ଣ ନଷ୍ଟ ହୋଇଯାଇଥିଲା । ଆଉ ସେଥିରେ ଥିବା ଟଙ୍କା ଗୁଡିକର ଅବସ୍ଥା ବି ସମାନ ଭାବେ ପ୍ରଭାବିତ ହୋଇଥିଲା । ଏନେଇ ଆରବିଆଇକୁ ଅବଗତ କରାଇଥିଲେ ବ୍ୟାଙ୍କ କତୃପକ୍ଷ । ପରେ ଆରବିଆଇର ଏକ ଟିମ ଆସି ଘଟଣାର ଯାଂଚ କରିଥିଲା ଏବଂ ନଷ୍ଟ ବା କ୍ଷତିଗ୍ରସ୍ତ ହୋଇଥିବା ଟଙ୍କା ଗୁଡିକୁ ସଂଗ୍ରହ କରିଥିଲା ।

ଅଧିକ ନଷ୍ଟ ହୋଇଥିବା ନୋଟ ଗୁଡିକୁ ବାଦ ଦେଇ ଅନ୍ୟ ସମସ୍ତ ନୋଟକୁ ସ୍କାନ କରି ଗଣିଥିଲା । ତେବେ ଏଥିରେ କେତଟଙ୍କା ନଷ୍ଟ ହୋଇଛି ତାହା ବ୍ୟାଙ୍କ ପକ୍ଷରୁ ସ୍ପଷ୍ଟ ହୋଇନାହିଁ । କିନ୍ତୁ ଏକ ବିଶେଷ ସୂତ୍ରରୁ ଯାହା ଜଣାପଡିଛି ଯେ ପାଖାପାଖି ୪ଶହ କୋଟି ଟଙ୍କା ନଷ୍ଟ ହୋଇଥିବା ଜଣାପଡିଛି । ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com