ଜୀବନଶୈଳୀ

ଭାରତରେ ଫିକା ପଡିବ କି ଖାଦ୍ୟର ସ୍ୱାଦ ? ଦେଶରେ ଏହି ଜିନିଷକୁ ଷ୍ଟକ୍ କରୁଛନ୍ତି ଲୋକେ

ନୂଆଦିଲ୍ଲୀ: ରୁଷ ଓ ୟୁକ୍ରେନ ମଧ୍ୟରେ ଭୀଷଣ ଯୁଦ୍ଧ ଲାଗିରହିଛି । ଏହାରି ମଧ୍ୟରେ ରୋଷେଇ ଘର ସହିତ ଅନ୍ୟ ସାମଗ୍ରୀର ଦରଦାମ୍ ବଢ଼ିବାରେ ଲାଗିଛି । ଯୁଦ୍ଧ ମଧ୍ୟରେ ଖାଇବା ତେଲ ଓ ରୋଷଇ ଗ୍ୟାସ ଅଭାବର ଡର ଲୋକଙ୍କ ମଧ୍ୟରେ ଦେଖିବାକୁ ମିଳିଛି । ଏପରି ପରିସ୍ଥିତିରେ ଅନେକ ଭାରତୀୟ ଖାଇବା ତେଲ ଓ ଗ୍ୟାସ ଆଦି ଷ୍ଟକ୍ କରିବାରେ ଲାଗିପଠିଛନ୍ତି । ୟୁକ୍ରେନ ଓ ରୁଷ ଆକ୍ରମଣ ଯୋଗୁଁ ଖାଇବା ତେଲର ଅଭାବ ହେବ ବୋଲି ଲୋକଙ୍କ ମନରେ ଭୟ ରହୁଛି । ଦେଶର ଅନେକ ସ୍ଥାନରେ ବିଧାନସଭା ନିର୍ବାଚନ ଶେଷ ହୋଇଛି । ଏପରି ପରିସ୍ଥିତିରେ ସାରା ବିଶ୍ୱରେ ଅଶୋଧିତ ତୈଳ ଦର ବଢ଼ୁଥିବାର ପ୍ରଭାବ ଦେଶରେ ଗମ୍ଭୀର ଭାବରେ ପଡିପାରେ ।
ଯୁଦ୍ଧ କାରଣରୁ ଖାଇବା ତେଲର ଅଭାବ ଦେଖାଦେଇପାରେ ବୋଲି ସୋସିଆଲ ମିଡିଆରେ ବି ବାର୍ତ୍ତା ଦିଆଯାଉଛି । ଏହି କାରଣରୁ ଅନେକ ଲୋକ ଖାଇବା ତେଲକୁ କମ୍ ବ୍ୟବହାର କରୁଛନ୍ତି । ତେବେ ଗୋଟିଏ ମାସ ଭିତରେ ଖାଇବା ତେଲ ଦର ୨୦ ଟଙ୍କା ମହଙ୍ଗା ହୋଇଛି । ଏହା ସହ ସୋସିଆଲ ମିଡିଆରେ ତେଲର ଅଭାବକୁ ନେଇ ନକଲି ବାର୍ତ୍ତା ଭାଇରାଲ ପରେ ଲୋକଙ୍କ ମନରେ ଭୟ ସୃଷ୍ଟି ହୋଇଛି । ଦେଶର ସବୁଠାରୁ ଅଧିକ ଜନସଂଖ୍ୟା ଥିବା ରାଜ୍ୟ ଉତ୍ତରପ୍ରଦେଶ ସହିତ ଅନ୍ୟ କିଛି ରାଜ୍ୟରେ ନିର୍ବାଚନ କାରଣରୁ ଘରୋଇ ବଜାରରେ ତେଲ ଦର ବଢ଼ିନାହିଁ । କିନ୍ତୁ ୭ମ ଓ ଶେଷ ପର୍ଯ୍ୟାୟ ମତଦାନ ପରେ ସରକାର ତେଲ ଦାମ ବଢ଼ାଇପାରନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com