ଓଡ଼ିଶା

ମୁକ୍ତାକାଶ ରଙ୍ଗମଞ୍ଚରେ ଶାସ୍ତ୍ରୀୟ ବାଦ୍ୟ ଓ ସଂଗୀତ ଆସର, ଯୋଗଦେଲେ ଦୀପକ୍‌ ଚକ୍ରବର୍ତ୍ତୀ

ପୁରୀ() ସାଂସ୍କୃତିକ ଅନୁଷ୍ଠାନ କଳା ଇଣ୍ଡିଆ ଆନୁକୁଲ୍ୟରେ ପୁରୀ ନିଳାଦ୍ରୀ ବିଚ୍ ମୁକ୍ତାକାଶ ରଙ୍ଗମଞ୍ଚରେ ଶାସ୍ତ୍ରୀୟ ବାଦ୍ୟ ଓ ସଂଗୀତ ଆସର ଅନୁଷ୍ଠିତ ହୋଇଛି। କୋଲକାତାର ବିଶିଷ୍ଟ ତବଲାବାଦକ ଦୀପକ୍ ଚକ୍ରବର୍ତ୍ତୀ ଓ ରାମଲାଲ ମିଶ୍ରଙ୍କ ସାରଙ୍ଗୀ ବାଦ୍ୟରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା।

ସେହିପରି କୋଲକାତାର ସିଦ୍ଧାର୍ଥ ଶଙ୍କର ହିନ୍ଦୁସ୍ଥାନୀ ସଂଗୀତ ପରିବେଷଣ କରିଥିଲେ। ଯୁଗଳବନ୍ଦୀ କାର୍ଯ୍ୟକ୍ରମରେ ସତ୍ୟବାନ୍ ସେଠୀ ସୀତାର ଓ ଲିଙ୍ଗରାଜ ଦାଶ ତବଲାରେ ନିଜ କଳା ପରିବେଷଣ କରିଥିଲେ। ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ଟି. ସୌରିଙ୍କ ଗୋଟିଏ ପରେ ଗୋଟିଏ ସୁମଧୁର ସଂଗୀତ ଉପସ୍ଥିତ ପର୍ଯ୍ୟଟକ, ଦର୍ଶକ ଓ କଳାପ୍ରେମୀଙ୍କୁ ବେଶ୍ ବିମୋହିତ କରିଥିଲା। ସାମାଜିକ କର୍ମୀ ଯୁଗବ୍ରତ କର ପ୍ରଦୀପ ପ୍ରଜ୍ଜଳନ କରି ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିବା ସହ କଳାକାରମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଅନୁଷ୍ଠାନର ସଭାପତି ସାଇରାମ ଜେନାଙ୍କ ସଭାପତିତ୍ବରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

Related Articles

Back to top button