ଓଡ଼ିଶା

ପାଚେରି ଭାଙ୍ଗି ପଶିଆସିଲେ ହାତୀ, ସାମୟିକ ବନ୍ଦ ହେଲା ନନ୍ଦନକାନନ

ଭୁବନେଶ୍ୱର() ନନ୍ଦନକାନନ ପ୍ରାଣୀ ଉଦ୍ୟାନ ପାଚେରି ଭାଙ୍ଗି ଭିତରକୁ ପଶିଲେ ଦୁଇଟି ବଣୁଆ ହାତୀ। ଏହି ଖବର ପ୍ରଚାରି ହେବା ପରେ ଆତଙ୍କ ଖେଳିଯିବାରୁ ପର୍ଯ୍ୟଟକଙ୍କ ପାଇଁ ନନ୍ଦନକାନନକୁ ସାମୟିକ ବନ୍ଦ କରିଛନ୍ତି କର୍ତ୍ତୃପକ୍ଷ। ଏନେଇ ନନ୍ଦନକାନନ ଗେଟ୍‌ରେ ଏକ  ପୋଷ୍ଟର ଲଗାଯାଇଛି। ଦୁଇଟି  ବଣୁଆ ହାତୀ ପଶିଯିବାରୁ  ନନ୍ଦନକାନନକୁ ସାମୟିକ ଭାବେ ବନ୍ଦ କରାଯାଇଥିବା ପୋଷ୍ଟରରେ ଉଲ୍ଲେଖ କରାଯାଇଛି।

ଦାରୁଠେଙ୍ଗ ପଟ ପାଚେରି ଭାଙ୍ଗି ୨ଟି ହାତୀ ପଶି ଆସିଥିଲେ।  ହାତୀ  ଦୁଇଟି ବର୍ତ୍ତମାନ ନନ୍ଦନକାନନ ଅଭୟାରଣ୍ୟ ଭିତରେ ଥିବାରୁ ପର୍ଯ୍ୟଟକଙ୍କୁ ଛଡାଯାଉନି। ବହୁ ଦୂର ଦୂରାନ୍ତରୁ ନନ୍ଦନକାନନ ବୁଲିବାକୁ ଆସିଥିବା ପର୍ଯ୍ୟଟକମାନେ  ନିରାଶ ଫେରି ଯାଉଛନ୍ତି।

ଦିନବେଳେ ହାତୀଙ୍କୁ ଘଉଡ଼ାଇଲେ ଖୁଆଡ଼ ଭାଙ୍ଗି ଯିବାର ‌ଆଶଙ୍କା ରହିଛି।  ସଂଧ୍ୟା ୫ଟା ପରେ ହାତୀ ଘଉଡ଼ାଇବା କାର୍ଯ୍ୟ ଆରମ୍ଭ ହେବ ବୋଲି ନନ୍ଦନକାନନ ଏସିଏଫ୍ ଶରତ ଚନ୍ଦ୍ର ବେହେରା  ସୂଚନା ଦେଇଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com