କ୍ରୀଡ଼ା

ପୁଣିଥରେ ଟପରେ ସାର ଜାଡେଜା: ଏହି ତାଲିକାର ଏକ ନମ୍ବର ସ୍ଥାନ ପଦ ଫେରାଇ ଦେଲା ମୋହାଲି ଟେଷ୍ଟ

ନୂଆଦିଲ୍ଳୀ: ମୋହାଲି ଟେଷ୍ଟରେ ଜବରଦସ୍ତ ପ୍ରଦର୍ଶନ ପରେ ପୁଣି ଥରେ ଟପ୍ ପୋଜିସନ ଫେରି ପାଇଛନ୍ତି ଭାରତର ସର୍ବଶ୍ୟେଷ୍ଠ ଅଲରାଉଣ୍ଡର ସାର ରବିନ୍ଦ୍ର ଜାଡେଜା । ପ୍ରଥମ ମ୍ୟାଚରେ ଧୂଆଁଧାର ଶତକ ସହିତ ଦମଦାର ବୋଲିଂ କରି ଶ୍ରୀଲଙ୍କାକୁ ବ୍ୟାକଫୁଟକୁ ଠେଲି ଦେଇଥିଲେ । ଫଳରେ ଭାରତ ୨୨୨ ରନର ଏକ ବଡ ମାର୍ଜିନରେ ଶ୍ରୀଲଭ୍କାକୁ ମାତ ଦେଇଛି । ତେବେ ଜାଡଜାଙ୍କର ଏହି ମାଷ୍ଟରକ୍ଲାସ ପାଇଁ ତାଙ୍କୁ ମିଳିଛି ଏକ ସୁନ୍ଦର ଉପହାର । ଇଣ୍ଟରନେସନାଲ କ୍ରିକେଟ କାଉନ୍ସିଲ(ICC) ଜାଡେଜାଙ୍କୁ ଦେଇଛି ଏହି ଉପହାର । ICCର ଟେଷ୍ଟ ମାନ୍ୟତାରେ ଟପ୍ ପୋଜିସନକୁ ଫେରିଛନ୍ତି ସାର ଜାଡେଜା ।
ଶ୍ରୀଲଙ୍କା ବିପକ୍ଷ ପ୍ରଥମ ମ୍ୟାଚରେ ୧୭୫ ରନର ଅପରାଜିତ ପାଳି ଏବଂ ୯ ୱିକେଟ ହାସଲ କରି ଭାରତକୁ ବିଜୟର ଭେଟି ଦେଇଛନ୍ତି । ଏହାଫଳରେ ଭାରତ ଏହି ସିରିଜରେ ୧-୦ରେ ଆଗୁଆ ରହିଛି । ଏହାଦ୍ୱାରା ବ୍ୟାଟ୍ସମ୍ୟାନ ମାନ୍ୟତାରେ ସେ ୧୭ ପଦ ଲମ୍ଫ ମାରି ସିଧା ୫୪ରୁ ୩୭ ନମ୍ବରରେ ପହଞ୍ଚିଛନ୍ତି । କେବଳ ସେତିକି ନୁହେଁ ବୋଲିଂ ମାନ୍ୟତାରେ ମଧ୍ୟ ସେ ପାଇଛନ୍ତି ଅପୂର୍ବ ସଫଳତା । ଏହି ଟେଷ୍ଟ ପରେ ସେ ରାଙ୍କିଙ୍ଗର ୧୭ ନମ୍ବର ସ୍ଥାନକୁ ଲମ୍ଫ ଦେଇଛନ୍ତି । କିନ୍ତୁ ସବୁଠୁ ବଡ ସଫଳତା ପାଇଛନ୍ତି ଅଲରାଉଣ୍ଡର ତାଲିକାରେ । ୱେଷ୍ଟଇଣ୍ଡିଜର ଅଲରାଉଣ୍ଡର ଜେସନ ହୋଲ୍ଡରଙ୍କୁ ପଛରେ ପକାଇ ଦୁନିଆର ଏକ ନମ୍ବର ଅଲରାଉଣ୍ଡର ବନିଛନ୍ତି ରବିନ୍ଦ୍ର ଜାଡେଜା । ଏହା ପୂର୍ବରୁ ସେ ୨୦୧୭ ଏବଂ ୨୦୨୧ରେ ଏକ ନମ୍ବର ସ୍ଥାନରେ ରହି ସାରିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com