ଜାତୀୟରାଜନୀତି

ପଞ୍ଜାବ ବିଧାନସଭା ନିର୍ବାଚନ : ସିଦ୍ଧୁଙ୍କୁ ହରାଇଥିବା ମହିଳା କିଏ ?

ଚଣ୍ଡିଗଡ଼ : ପଞ୍ଜାବ ବିଧାନସଭା ନିର୍ବାଚନରେ ଆମ୍‌ ଆଦ୍‌ମୀ ପାର୍ଟି ଆଗରେ ରହିଥିବା ଦେଖିବାକୁ ମିଳୁଛି । କଂଗ୍ରେସ ସ୍ଥିତି ସେତେଟା ଭଲ ନାହିଁ । ଆପ୍‌ର ପ୍ରାର୍ଥୀ ସରକାରରେ ଥିବା କଂଗ୍ରେସ୍‌ ନେତାଙ୍କୁ କଡ଼ା ଟକ୍କର ଦେଇଛନ୍ତି । ଏହାରି ଭିତରେ କଂଗ୍ରେସର ରାଜ୍ୟ ସଭାପତି ନଭଜୋତ୍‌ ସିଂହ ସିନ୍ଧୁଙ୍କୁ ପଛରେ ପକାଇ ନିର୍ବାଚନ ଜିତିନେଇଛନ୍ତି ଆପ୍‌ର ଜଣେ ମହିଳା ପ୍ରାର୍ଥୀ ଜୀବନ ଜୋତ୍‌ କୌର ।
 ଜୀବନ ଜୋତ୍‌ ଅମ୍ରିତ୍‌ସରର ପୂର୍ବାଞ୍ଚଳରୁ ନିର୍ବାଚନ ଲଢିଥିଲେ । ନିର୍ବାଚନ କମିଶନ୍‌ଙ୍କ ସୂଚନା ମୁତାବିକ ସେ ପ୍ରଥମ ରାଉଣ୍ଡରୁ ଆଗରେ ରହିଥିଲେ । କେବଳ କଂଗ୍ରେସ୍‌ର ସିଦ୍ଧୁଙ୍କୁ ନୁହେଁ ସିରୋମଣି ଅକାଳି ଦଳର ବିକ୍ରମ ମାଜଥିଆଙ୍କୁ ମଧ୍ୟ ସେ ପଛରେ ପକାଇ ବାଜିମାତ୍‌ କରିଛନ୍ତି ।
ଜୀବନ ଜୋତ ଜଣେ ସାମାଜିକ କର୍ମୀ । ସେ ପଞ୍ଜାବର ପ୍ୟାଡ୍‌ମ୍ୟାନ୍‌ ଭାବରେ ପରିଚିତ । ମହିଳା ମାନଙ୍କୁ ସେ ସର୍ବଦା ସଚେତନ କରାଇଥାନ୍ତି । ପ୍ଲାଷ୍ଟିକ୍‌ ନାପ୍‌କିନ୍‌ ପ୍ୟାଡ୍‌ର ବ୍ୟବହାର ଦ୍ୱାରା ହେଉଥିବା କ୍ଷତି ବିଷୟରେ ଶିକ୍ଷା ଦେଇ ମହିଳାଙ୍କୁ ଏହାଠାରୁ ଦୂରେଇବାକୁ ସଚେତନ କରାଇଥାନ୍ତି । ଗ୍ରାମାଞ୍ଚଳର ମହିଳାମାନଙ୍କୁ ସେ ମାଗଣାରେ ନାପକିନ୍‌ ବଣ୍ଟନ କରିଥାନ୍ତି ।
ଗରିବ ଲୋକଙ୍କ ପାଇଁ ସେ ଶ୍ରୀ ହେମକୁଣ୍ଟ ଏଜ୍ୟୁକେସନ୍‌ ସୋସାଇଟି ନାମକ ଅନୁଷ୍ଠାନ ଗଢ଼ିଛନ୍ତି । ସ୍ୱାକ୍ଷରତା ଏବଂ ଶିକ୍ଷାର ପ୍ରସାର ପାଇଁ ଏହି ଅନୁଷ୍ଠାନ କାର୍ଯ୍ୟ କରୁଛି । ଏହା ଛଡ଼ା ସ୍ୱାସ୍ଥ୍ୟ, ବସ୍ତି ବାସିନ୍ଦାଙ୍କୁ ଥଇଥାନ, ବୈଷୟିକ ଶିକ୍ଷା, ମହିଳା ସଶକ୍ତି କରଣ ଆଦି ବିଭିନ୍ନ କାର୍ଯ୍ୟ ଏହି ଅନୁଷ୍ଠାନ କରୁଛି ।

Related Articles

Back to top button
WP Twitter Auto Publish Powered By : XYZScripts.com