ଅନ୍ତର୍ଜାତୀୟ

ନେଦରଲ୍ୟାଣ୍ଡରେ ଆମେରିକା ରାଷ୍ଟ୍ରଦୂତ ହେବେ ଭାରତୀୟ ବଂଶୋଭବ ମହିଳା

ନ୍ୟୁୟର୍କ: ଭାରତୀୟ ବଂଶୋଭବ ମହିଳା ଶେଫାଳୀ ରାଜଦାନ ନେଦରଲାଣ୍ଡରେ ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରଦୂତ ଭାବେ କାମ କରିବେ। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଶେଫାଳୀଙ୍କୁ ଏଥି ନିମନ୍ତେ ମନୋନୀତ କରିଥିବା ବେଳେ ଏନେଇ ହ୍ୱାଇଟ ହାଉସ୍‌ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି।

୫୦ ବର୍ଷୀୟ ଶେଫାଳୀ ୨ ଛୁଆଙ୍କ ମା’ ହୋଇଥିବା ବେଳେ ଭାରତର ଜମ୍ମୁ କଶ୍ମୀରର ମୂଳ ବାସିନ୍ଦା। ବହୁ ବର୍ଷ ଧରି ସେ ଆମେରିକାରେ ରହି ଆସୁଛନ୍ତି। ସେଠାରେ ନ୍ୟୁୟର୍କ, ଚିକାଗୋ ଓ ବୋଷ୍ଟନ ସହରରେ ପାଠପଢ଼ା ଶେଷ କରିଥିବା ଶେଫାଳୀ କାଲିଫର୍ଣ୍ଣିଆର ଅନ୍ୟତମ ଶକ୍ତିଶାଳୀ ମହିଳା ଭାବେ ପରିଚିତ।

ନ୍ୟୁୟର୍କ ୟୁନିଭରସିଟିରୁ ରାଜନୀତି ବିଜ୍ଞାନରେ ଏମ୍‌ଏ କରିଥିବା ରାଜଦାନୀ ମିଆମୀ ୟୁନିଭରସିଟିରୁ ମାସ୍‌ କମ୍ୟୁନିକେସନ୍‌ ପାଠ ପଢ଼ିଛନ୍ତି। ଏଥିସହ ସେ ଅନେକ ନାଗରିକ ପୁରସ୍କାରରେ ମଧ୍ୟ ସମ୍ମାନିତ ହୋଇଛନ୍ତି।

ଆମେରିକାର ରାଷ୍ଟ୍ରପତି ବାଇଡେନଙ୍କ ସହ ଶେଫାଳୀ ।

ଏହାବାଦ ସେ ସାନ ଫ୍ରାନ୍ସିସ୍କୋ କମିଟିର ହ୍ୟୁମାନ୍ ରାଇଟ୍ସର ସଦସ୍ୟ ଥିବା ସହ  ୱାକ ଫରେଷ୍ଟ ୟୁନିଭରସିଟି ଲିଡରସିପ୍ ଏବଂ କ୍ୟାରେକ୍ଟର କାଉନସିଲର ମଧ୍ୟ କାର୍ଯ୍ୟକର୍ତ୍ତା ଅଛନ୍ତି। ଶେଫାଳୀ ଜୋ ବାଇଡେନଙ୍କ ମହିଳା ଶାଖା ପାଇଁ ଜାତୀୟ କୋ-ଚେୟାର ଭାବେ କାମ କରିଥିବା ବେଳେ ଡେମୋକ୍ରାଟିକ୍ ନ୍ୟାସନାଲ କମିଟିରେ ଡେପୁଟି ନ୍ୟାସନାଲ ଫାଇନାନ୍ସ ମେମ୍ବର ଭାବରେ କାର୍ଯ୍ୟ କରିଥିବା ନେଇ ହ୍ୱାଇଟ ହାଉସ ପକ୍ଷରୁ ସୂଚନା ଦିଆଯାଇଛି।

shefali-razdan
ଓମାବା ଓ ହିଲାରୀ କ୍ଲିଣ୍ଟନଙ୍କ ସହ ଶେଫାଳୀ।

ବାଇଡେନ କ୍ଷମତାକୁ ଆସିବା ପୂର୍ବରୁ ଶେଫାଳୀ ୨୦୦୮ ମସିହାରେ ବାରାକ ଓବାମାଙ୍କ ଦ୍ୱାରା ହୋଇଥିବା ରାଷ୍ଟ୍ରପତି ଅଭିଯାନରେ ସକ୍ରିୟ ଥିଲେ। ଏହାବାଦ ସେ ହିଲାରୀ କ୍ଲିଣ୍ଟନଙ୍କ ରାଷ୍ଟ୍ରପତି ଅଭିଯାନରେ ମଧ୍ୟ ଜଡିତ ଥିଲେ। ଯେଉଁଠାରେ ସେ ହିଲାରୀଙ୍କ ଅଭିଯାନର ଉତ୍ତର କାଲିଫର୍ନିଆ ପରିଚାଳନା କମିଟି ଏବଂ ହିଲାରୀ କମିଟିର ମହିଳା ସଦସ୍ୟ ଥିଲେ।

Related Articles

Back to top button
WP Twitter Auto Publish Powered By : XYZScripts.com