ଓଡ଼ିଶା

ବାଜିରେ ଭୁବନେଶ୍ୱର : ବଢ଼ୁଛି ତାତି, ଜମୁଛି ପ୍ରଚାର

ଭୁବନେଶ୍ୱର: ପୌର ପାଇଁ ଜୋରଦାର ହେଉଛି ପ୍ରଚାର । ରାଜଧାନୀରେ ଖରା ତାତି ବଢ଼ିବା ସହ ବଢ଼ୁଛି ରାଜନୈତିକ ଉଷ୍ମତା । ଗତକାଲି ଚୁଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବା ପରେ ଜୋରଦାର କ୍ୟାମ୍ପେନ୍ ଜୋରଦାର କରିଛନ୍ତି କ୍ୟାମ୍ପେନ୍ ବିଜେଡି ମେୟର ପ୍ରାର୍ଥୀନୀ ସୁଲୋଚନା ଦାସ । ସୁଲୋଚନା ଦାସଙ୍କ ପ୍ରଚାରର ମଙ୍ଗ ଧରିଛନ୍ତି ଭୁବନେଶ୍ୱରର ୩ ଜଣ ବିଧାୟକ। ପ୍ରତି ୱାର୍ଡରେ ପ୍ରଥମ ପର୍ଯ୍ୟାୟ ଡୋର ଟୁ ଡୋର କ୍ୟାମ୍ପେନ ସରିବା ପରେ ଆଜିଠାରୁ ରୋଡ ଶୋ’ ଆରମ୍ଭ କରିଛି ଶାସକ ବିଜେଡି । ପ୍ରଚାର ଗାଡି, ଦଳୀୟ କର୍ମୀ ଓ ସମର୍ଥକଙ୍କ ଗହଣରେ ପ୍ରଚାରକୁ ତ୍ୱରାନ୍ୱିତ କରିଛନ୍ତି ମେୟର ପ୍ରାର୍ଥୀନୀ ସୁଲୋଚନା ଦାସ । ଶଙ୍ଖ ଚିହ୍ନ, ବିଜେଡି ଦଳ ଓ ଦଳର ଏକମାତ୍ର ନେତା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତି ଥିବା ଜନ ସମର୍ଥନ ଓ ଭଲ ପାଇବା ଏବଂ ସର୍ବୋପରି ବିକାଶର ଧାରାକୁ ଆଧାର କରି ବିଜେଡି ପଞ୍ଚାୟତ ନିର୍ବାଚନ ଭଳି ପୌର ନିର୍ବାଚନରେ ମଧ୍ୟ ସଫଳତା ହାସଲ କରିବ ବୋଲି ଆଶା ରଖିଛନ୍ତି ଉଭୟ ପ୍ରାର୍ଥୀ ଓ ନେତା ।

ସେପଟେ ବିଜେପି ପକ୍ଷରୁ ମଧ୍ୟ ପ୍ରଚାରକୁ ଜୋରଦାର କରାଯାଇଛି । ପ୍ରଚାର ଗାଡିକୁ ଅନୁମତି ମିଳିବା ପରେ ଆଜିଠାରୁ ନିର୍ବାଚନୀ ଗୀତ ଓ ବାଜାରେ ଦୁଲୁକୁଛି ଭୁବନେଶ୍ବର ମହାନଗର ନିଗମ । ହାତରେ କମ୍ ସମୟ ଥିବାରୁ ଭୋଟରଙ୍କଠାରୁ ନିଜ ସପକ୍ଷରେ ସମର୍ଥନ ଜୁଟାଇବା ପାଇଁ ଲାଗି ପଡ଼ିଛନ୍ତି ପ୍ରାର୍ଥୀ । ଜନଗହଳି ସ୍ଥାନକୁ ଟାର୍ଗେଟରେ ରଖି ପ୍ରଚାର ମଇଦାନକୁ ଓହ୍ଲାଇଛି ବିଭିନ୍ନ ଦଳର ପ୍ରାର୍ଥୀ । ବିଜେପି ମେୟର ପ୍ରାର୍ଥୀ ସୁନୀତି ମୁଣ୍ଡଙ୍କ ସାଙ୍ଗରେ ସ୍ଥାନୀୟ କର୍ପୋରେଟର ପ୍ରାର୍ଥୀଙ୍କୁ ନେଇ ବିଭିନ୍ନ ପାର୍କରେ ବୁଲି ଲୋକଙ୍କୁ ଭେଟି ଭୋଟ ଭିକ୍ଷା କରିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com