ଆରଆରବି ଗ୍ରୁପ୍ ଡି ନିଯୁକ୍ତି ପରୀକ୍ଷା ପାଇଁ ଆପେକ୍ଷା କରୁଥିବା ଆଶାୟୀଙ୍କ ପାଇଁ ବଡ଼ ଖବର । ଆରଆରବି ଗ୍ରୁପ୍ ଡି ନିଯୁକ୍ତି ପାଇଁ ପରୀକ୍ଷା ଜୁଲାଇ ୨୦୨୨ ରେ ହେବ । ପର୍ଯ୍ୟାୟ କ୍ରମେ ଏହାର ଆୟୋଜନ ହେବ । ପରୀକ୍ଷା ଅନଲାଇନ ଅର୍ଥାତ୍ ସିବିଟି ମୋଡରେ ହେବ । ପରୀକ୍ଷା ପାଇଁ ଆଡମିଟ୍ କାର୍ଡ ଅଫିସିଆଲ ରିଜନାଲ ୱେବସାଇଟରେ ଉପଲବ୍ଧ ହେବ । ଆରଆରବି ଗ୍ରୁପ୍ ଡି ପରୀକ୍ଷା ଦ୍ୱାରା ଗ୍ରୁପ୍ ଡି କାଟାେଗେରୀରେ ୧୦୩୭୬୯ ଖାଲି ପଦବୀ ପୂରଣ ହେବ । ଏଥିପାଇଁ ୧.୧୫ କୋଟିରୁ ଅଧିକ ଆଶାୟୀ ଆବେଦନ କରିଛନ୍ତି । ଇ-କଲ ଲେଟର ବା ଆଡମିଟ କାର୍ଡ ପରୀକ୍ଷାର ୪ଦିନ ପୂର୍ବରୁ ଜାରି କରାଯିବ ।
ଆରଆରବି ଗ୍ରୁପ୍ ଡି ନିଯୁକ୍ତିରେ କମ୍ପ୍ୟୁଟର ଆଧାରିତ ପରୀକ୍ଷା ଏବଂ ଶାରୀରିକ ଦକ୍ଷତା ପରୀକ୍ଷା ଅର୍ଥାତ୍ ପିଇଟି, ଡକ୍ୟୁମେଣ୍ଟ୍ ଭେରିଫିକେସନ୍ ଏବଂ ମେଡିକାଲ୍ ପରୀକ୍ଷା ହେବ । ପୂର୍ବରୁ ଦୁଇଟି ପର୍ୟ୍ୟାୟ ପରୀକ୍ଷା ପରେ ଗ୍ରୁପ୍ ଡି ନିଯୁକ୍ତି କରାଯାଉଥିଲା । କିନ୍ତୁ ବର୍ତ୍ତମାନ ଏହି ନିଷ୍ପତ୍ତି ସଂଶୋଧିତ ହୋଇଛି । ଆରଆରବି ଗ୍ରୁପ୍ ଡି ନିଯୁକ୍ତି ସିବିଟି ୯୦ ମିନିଟ୍ ହେବ । ଏଥିରେ ୧୦୦ ଟି ପ୍ରଶ୍ନ ପଚରାଯିବ ।
ସାଧାରଣ ବିଜ୍ଞାନ- ୨୦ ପ୍ରଶ୍ନ
ଗଣିତ- ୩୦ ପ୍ରଶ୍ନ
ଜେନେରାଲ ଇଣ୍ଟେଲିଜେନ୍ସ ଏବଂ ରିଜନିଙ୍ଗ୍- ୩୦ ପ୍ରଶ୍ନ
ଜେନେରାଲ ଆୱେରନେସ ଏବଂ କରେଣ୍ଟ ଆଫେୟର୍ସ- ୨୦
ମୋଟ ପ୍ରଶ୍ନ- ୧୦୦
ମାର୍କ – ପ୍ରତ୍ୟେକ ପ୍ରଶ୍ନ ଏକ ମାର୍କ ବିଶିଷ୍ଟ ରହିବ
ପରୀକ୍ଷା ସମୟ – ୧:୩୦ ଘଣ୍ଟା ।
ଭୁଲ ଉତ୍ତର ପାଇଁ ନେଗେଟିଭ୍ ମାର୍କିଂ- ୧/୩ ଅନୁଯାୟୀ ମାର୍କ କଟାଯିବ ।
ପରୀକ୍ଷାରେ ପ୍ରଶ୍ନଗୁଡ଼ିକ ଅବଜେକ୍ଟିଭ୍ ଟାଇପ୍ ହେବ ।