କ୍ରୀଡ଼ା

ମହିଳା ବିଶ୍ୱକପ : ଭାରତକୁ ୪ ୱିକେଟରେ ପରାସ୍ତ କଲା ଇଂଲଣ୍ଡ

ନୂଆଦିଲ୍ଲୀ: ଆଜି ମହିଳା ବିଶ୍ୱକପ ଭାରତ ପାଇଁ ନିରାଶାଜନକ ରହିଛି । ଇଂଲଣ୍ଡ ବିପକ୍ଷରେ ଭାରତ ୪ ୱିକେଟରେ ପରାସ୍ତ ହୋଇଛି । ପ୍ରଥମେ ବ୍ୟାଟିଂ କରି ଭାରତ ୧୩୪ ରନରେ ଅଲଆଉଟ ହୋଇଯାଇଥିବା ବେଳେ ଇଂଲଣ୍ଡ ୩୧.୨ ଓଭରରେ ୬ ୱିକେଟ ହରାଇ ୧୩୬ ରନ୍ ସଂଗ୍ରହ କରିନେଇଥିଲା । ଇଂଲଣ୍ଡ ପକ୍ଷରୁ ଅଧିନାୟିକା ହିଥର କେନାଇଟ ୫୩ ଓ ନଟାଲି ସ୍କିଭର ୪୫ ରନ କରି ଦଳର ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ । ମାତ୍ର ୪ ରନରେ ଦଳର ଓପନିଂ ଯୋଡ଼ି ଆଉଟ ହୋଇଥିଲେ ହେଁ ଏହି ଦୁଇ ବ୍ୟାଟ୍ସମ୍ୟାନ ଦଳକୁ ସମ୍ଭାଳି ନେଇଥିଲେ । ଭାରତ ପକ୍ଷରୁ ମେଘନା ସିଂହ ସର୍ବାଧିକ ୩ଟି, ଝୁଲଣ ଗୋସ୍ୱାମୀ, ରାଜେଶ୍ୱରୀ ଗାଏକୱାଡ ଓ ପୂଜା ଭଷ୍ଟ୍ରାକର ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ ।
ପୂର୍ବରୁ ଭାରତ ପ୍ରଥମେ ବ୍ୟାଟିଂ କରିଥିବା ବେଳେ ଦଳ ପକ୍ଷରୁ ସ୍ମୃତି ମନ୍ଧାନା ୩୫, ହରମନପ୍ରୀତ କୌର ୧୪, ରିଚା ଘୋଷ ୩୩ ଓ ଝୁଲଣ ଗୋସ୍ୱାମୀ ୨୦ ରନ କରିଥିଲେ । ଅନ୍ୟ କୌଣସି ଭାରତୀୟ ଖେଳାଳି ଦୁଇ ଅଙ୍କ ଟପି ପାରିନଥିଲେ । ପ୍ରତିପକ୍ଷ ଇଂଲଣ୍ଡ ଟସ୍ ଜିତି ଫିଲ୍ଡି ନିଷ୍ପତ୍ତି ନେଇଥିଲା । ଦଳ ପକ୍ଷରୁ ଚାରଲୋଟେ ଡିଆନ ସର୍ବାଧିକ ୨ଟି, ମନ୍ୟା ଶ୍ରୁବସୋଲେ ୨ଟି, ସୋଫି ଏକଲେଷ୍ଟୋନ ଓ କେଟ କ୍ରସ ଗୋଟିଏ ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ । ଦିପ୍ତୀ ଶର୍ମା କେଟ କ୍ରସଙ୍କ ଦ୍ୱାରା ଓ ରିଚା ଘୋଷ ଏନ. ସ୍କାଇଭରଙ୍କ ଦ୍ୱାରା ରନ୍ ଆଉଟ ହୋଇଯାଇଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com