ପୋଖରୀ ହୁଡ଼ାରେ ପଡ଼ିଛି ମୃତଦେହ, ହତ୍ୟା ଅଭିଯୋଗ ଆଣିଲେ ପରିବାର
![](https://i0.wp.com/odia.mobilenews24x7.com/wp-content/uploads/2022/03/dead.jpg?resize=780%2C470&ssl=1)
ଉମରକୋଟ() ନବରଙ୍ଗପୁର ଜିଲ୍ଲା ଝରିଗାଁ ଥାନା ସେଣ୍ଟ୍ରାଲ ନର୍ସରୀ ପାଖରେ ଥିବା ପୋଖରୀ ହୁଡ଼ା ନିକଟରୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଜଣେ ଯୁବକଙ୍କ ମୃତଦେହ ଦେଖିବାକୁ ମିଳିଛି । ସୂଚନା ଅନୁଯାୟୀ ଝରିଗାଁ ର ପାଣିନଳା ସାହୀର ଲକ୍ଷ୍ମଣ ଵିଶୀଙ୍କ ପୁଅ ବଳରାମ ଵିଶୀ ବୋଲି ଜଣାପଡିଛି । ତେବେ ବଳରାମ ବିଶି ଗତ ପାଞ୍ଚ ବର୍ଷ ତଳେ ଅନ୍ୟ ଜାତିର ଝିଅକୁ ବିବାହ କରି ଜୟନ୍ତୀନଗର ସ୍ଥିତ କଲୋନି ସାହିରେ ଭଡା ରହୁଥିଲେ ।
ସେ ଏକ କବାଡି ଦୋକାନରେ କାମ କରି ପରିବାର ଚଳୁଥିଲେ । କିନ୍ତୁ ଗତ କାଲି ସନ୍ଧ୍ୟାରେ ଘରକୁ ନ ଫେରି ସେ ସନ୍ଧ୍ୟା ସମୟରେ ତାଙ୍କ ଶାଶୁ କୁ ଫୋନ କରି ମୁଁ ସିଲାଟି ଗ୍ରାମରେ ଅଛି ଏବଂ ସକାଳେ ଘରକୁ ଫେରିବି ବୋଲି କହିଥିଲେ । କିନ୍ତୁ ଆଜି ସକାଳେ ସେଣ୍ଟ୍ରାଲ ନର୍ସରୀ ପାଖ ପୋଖରୀରେ ସ୍ଥାନୀୟ ଲୋକ ଶୌଚ କରିବାକୁ ଯାଇଥିବା ବେଳେ ପୋଖରୀ ହୁଡ଼ା ନିକଟରେ ଏକ ମୃତ୍ୟୁ ଦେହ ପଡିଥିବାର ଦେଖି ତାକୁ ଚିହ୍ନଟ କରି ତାଙ୍କ ପରିବାର ଲୋକଙ୍କୁ ଏବଂ ଝରିଗାଁ ପୋଲିସକୁ ଖବର ଦେଇଥିଲେ ।
ଖବର ପାଇ ଝରିଗାଁ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଳାଇ ଥିବା ବେଳେ ପରିବାର ବର୍ଗ ହତ୍ୟା କରାଯାଇଥିବା ନେଇ ଅଭିଯୋଗ କରିଛନ୍ତି । ତେବେ ଅଧିକ ତଦନ୍ତ ପାଇଁ ଏକ ସାଇଣ୍ଟିପିକ୍ ଟିମ ଆସି ଅଧିକ ତଦନ୍ତ କରାଯିବ ବୋଲି ଝରିଗାଁ ଥାନା ଅଧିକାରୀ କହିଛନ୍ତି ।