Featuredଅନ୍ତର୍ଜାତୀୟଜାତୀୟ

ପାକିସ୍ତାନର ନୂଆ କୂଟନୀତି, #HoneyTrap ମାଧ୍ୟମରେ ସୁନ୍ଦରୀ ଲୁଟୁଛନ୍ତି ଭାରତର ଗୁରୁତ୍ୱପୂର୍ଣ୍ଣ ତଥ୍ୟ

ମୋବାଇଲ୍ ନ୍ୟୁଜ୍‌ ବ୍ୟୁରୋ: ହନିଟ୍ରାପକୁ ନେଇ ଏବେ ସବୁଠି ଚର୍ଚ୍ଚା ଜୋର ଧରିଛି । କାରଣ ଭାରତରୁ ଗୁରୁତ୍ୱପୂର୍ଣ୍ଣ ସାମରିକ ସୂଚନା ପାଇବା ପାଇଁ ଗତ କିଛି ବର୍ଷ ହେଲା ପାକିସ୍ତାନ ହନିଟ୍ରାପ ମାଧ୍ୟମକୁ ବହୁଳ ବ୍ୟବହାର କରୁଛି । ଯେଉଁଥ ପାଇଁ ଆମ ଦେଶର ଅନେକ ପ୍ରତିରକ୍ଷା ଅଧିକାରୀ ହନିଟ୍ରାପରେ ଫସି ଗୋପନୀୟ ତଥ୍ୟକୁ ସେୟାର କରିଥିବା ନିକଟ ଅତିତରେ ଦେଖିବାକୁ ମିଳିଛି । ତେବେ ଏହି ହନିଟ୍ରାପ କଣ ଏବଂ ତାହାକୁ ପାକିସ୍ତାନ କିଭଳି ପରିଚାଳନା କରୁଛି ତାହା େବେ ଚର୍ଚ୍ଚାର ବିଷୟ ପାଲଟିଛି ।

ହନିଟ୍ରାପ କଣ ଆସନ୍ତୁ ଜାଣିବା, କୌଣସି ବିଶେଷ କିମ୍ବା ଗୁରୁତ୍ୱପୂର୍ଣ୍ଣ ସୂଚନା ପାଇବା ପାଇଁ ସୁନ୍ଦରୀ ମହିଳାଙ୍କ ଦ୍ୱାରା ରୋମାଣ୍ଟିକ ସମ୍ପର୍କ ସ୍ଥାପନ କରିବାକୁ ସାଧାରଣତଃ ହନିଟ୍ରାପ କୁହାଯାଏ । ସେହିପରି ଜବରଦସ୍ତ ତଥ୍ୟ ହାସଲ କରିବା କିମ୍ବା ବ୍ଲାକମେଲ କରିବା ଲାଗି ମଧ୍ୟ ଏହି ପନ୍ଥା ଗ୍ରହଣ କରାଯାଏ ।
ପାକିସ୍ତାନ ଏହାକୁ କେମିତି ଏବଂ କାହିଁକି ନିଜର ଅସ୍ତ୍ର କରିଛି । ତେବେ ପାକିସ୍ତାନ ସେନାର ମୁଖ୍ୟାଳୟ ହେଉଛି ରାୱଲପିଣ୍ଡି । ସେଠାରେ ଫାତିମା ଜିନ୍ନା ମହିଳା ବିଶ୍ୱବିଦ୍ୟାଳୟ ରହିଛି । ଯେଉଁଠାରେ ହନି ଟ୍ରାପ ପାଇଁ ବଛା ଯାଇଥିବା ମହିଳାଙ୍କୁ ତାଲିମ ଦିଆଯାଇଥାଏ । ଏହି ଘଟଣା ସେତେବେଳେ ସାମ୍ନାକୁ ଆସିଥିଲା ଯେତେବେଳେ ୨୦୨୯ରେ ପ୍ରଥମ ଥର ଲାଗି ବିଶ୍ୱବିଦ୍ୟାଳୟ ପକ୍ଷରୁ ସୋସିଆଲ ମିଡିଆ ସ୍ପେସାଲିଷ୍ଟ ପଦବୀ ପାଇଁ ଏକ ବିଜ୍ଞାପନ ଜାରି ହୋଇଥିଲା । ତେବେ ଏକ ରିପୋର୍ଟ ଅନୁଯାୟୀ ଆଇଏସଆଇ ଏଥିପାଇଁ ଏକାଧିକ କଲ ସେଣ୍ଟର ସ୍ଥାପନ କରିଛି । ସେହି କଲ ସେଣ୍ଟର ଗୁଡିକରୁ ପାକିସ୍ତାନୀ ଝିଅମାନେ ସେମାନଙ୍କୁ ଭାରତୀୟ ହିନ୍ଦୁ ଝିଅର ମିଛ ପରିଚୟ ଦେଇ ଭାରତର ଯବାନଙ୍କୁ ଫସେଇବାକୁ ପ୍ରୟାସ କରିଥାନ୍ତି । ଏଭଳି ଭୟଙ୍କର କାର୍ଯ୍ୟ ପାଇଁ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର ମଧ୍ୟ ବ୍ୟବହାର କରାଯାଉଛି । ସେହିପରି ଏହି କାର୍ଯ୍ୟରେ ଜଡିତ ଝିଅମାନେ ସେମାନଙ୍କ ନକଲି ପ୍ରୋଫାଇଲ ପ୍ରସ୍ତୁତ କରି ପ୍ରତିରକ୍ଷା କ୍ଷେତ୍ରରେ କାମ କରିଥିବା ବ୍ୟକ୍ତିଙ୍କ ସହ ସମ୍ପର୍କ ସ୍ଥାପନ କରିଥାନ୍ତି । ସେମାନଙ୍କ ଟାର୍ଗେଟରେ ଭାରତୀୟ ଯବାନ, କର୍ମଚାରୀ ଏବଂ ଅଧିକାରୀ ରହିଥାନ୍ତି । ତେବେ ପାକିସ୍ତାନରେ ଦିନକୁ ଜଣେ ମହିଳାଙ୍କୁ ୫୦ଟି ପ୍ରୋଫାଇଲ ସମ୍ଭାଳିବାର ତାଲିମ ଦିଆଯାଇଥାଏ। ହନି ଟ୍ରାପ ପାଇଁ ପାକିସ୍ତାନର ଆଇଏସଆଇ ମହିଳାମାନଙ୍କୁ ଏଥିପାଇଁ ତାଲିମ ଦେଇଥାଏ । ରାୱଲପିଣ୍ଡି, କରାଚି ଏବଂ ହାଇଦ୍ରାବାଦରେ ଏହି ତାଲିମ ପ୍ରଦାନ କରାଯାଇଥାଏ । ସୋସିଆଲ ମିଡିଆ ହେଉଛି ଏହି ଅସ୍ତ୍ର ବ୍ୟବହାରର ଏକ ପ୍ରମୁଖ ମାଧ୍ୟମ ।

ହନିଟ୍ରାପ ଶବ୍ଦ ପ୍ରଥମ ଥର ପାଇଁ ୧୯୭୪ ମସିହାରେ ବ୍ରିଟିସ ଲେଖକ ଜନ ଲେ କେରି ତାଙଅକର ଏକ ଗୁଇନ୍ଦା ଉପନ୍ୟାସରେ ଲେକିଥିଲେ । ତେବେ ପ୍ରଥମ ବିଶ୍ୱଯୁଦ୍ଧ ସମୟରେ ବିଶ୍ୱର ପ୍ରତମ ହନିଟ୍ରାପ ମାମଲା ସାମ୍ନାକୁ ଆସିଥିଲା । ସେତେବେଳେ ମାତା ହାରି ଫ୍ରାନ୍ସ ସୈନିକଙ୍କୁ ସୌନ୍ଦର୍ଯ୍ୟ ଜାଲରେ ଫସାଉଥିଲେ । ଯଦି ଭାରତ କଥା ଦେଖିବା ଏଭଳି ଘଟଣା ୧୯୮୦ ମସିହାରେ ସାମ୍ନାକୁ ଆସିଥିଲା । ସେହି ସମୟରେ ଭାରତର ଗୁଇନ୍ଦା ସଂସ୍ଥା ର’ର ଜଣେ ଅଧିକାରୀ ଏହି ହନିଟ୍ରାପର ଶିକାର ହୋଇଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com