ଅନ୍ୟାନ୍ୟ

ଦୁର୍ଘଟଣାର ଶିକାର ବ୍ୟକ୍ତିଙ୍କୁ ଡାକ୍ତରଖାନା ନେଲେ ୫ ହଜାର ଅର୍ଥ ପୁରସ୍କାର ସହ ପ୍ରଶଂସା ପତ୍ର ଦେବେ ସରକାର

ନୂଆଦିଲ୍ଲୀ: ରାସ୍ତାରେ ସଡ଼କ ଦୁର୍ଘଟଣାର ଶିକାର ବ୍ୟକ୍ତିଙ୍କୁ ସହଯୋଗ କଲେ ଅର୍ଥ ପୁରସ୍କାର ଦେବେ ସରକାର। ତା ସହିତ ସାହାଯ୍ୟ କରିଥିବାରୁ ସରକାରଙ୍କ ତରପଫରୁ ମିଳିବ ପ୍ରସଂଶା ପତ୍ର। ସୋମବାର ଏଭଳି ଘୋଷଣା କରିଛନ୍ତି ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍‌.କେ ଷ୍ଟାଲିନ୍।
ଏନେଇ ସେ ଟ୍ୱିଟ୍ କରି ଲେଖିଛନ୍ତି ” ସଡ଼କ ଦୁର୍ଘଟଣାର ଶିକାର ବ୍ୟକ୍ତିଙ୍କୁ ଯେଉଁ ବ୍ୟକ୍ତି ଠିକ୍ ସମୟ(ଗୋଲ୍‌ଡେନ୍ ଆୱାର)ରେ ଚିକିତ୍ସା ପାଇଁ ଡାକ୍ତରଖାନା ନେବେ ସେମାନଙ୍କୁ ପ୍ରଶଂସା ପତ୍ର ସହିତ ୫ ହଜାର ପୁରସ୍କର ରାଶି ପ୍ରଦାନ କରାଯିବ।” ମୁଖ୍ୟମନ୍ତ୍ରୀଙ୍କ ଏପରି ଘୋଷଣା ପରେ ହୁଏତ ଲୋକମାନେ ସାହାଯ୍ୟ ପାଇଁ ଆଗେଇ ଆସିବେ ଓ ଜୀବନ ବଞ୍ଚାଯାଇପାରିବ।
ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ଷ୍ଟାଲିନ୍ ଦୁର୍ଘଟଣାରେ ଶିକାର ବ୍ୟାକ୍ତିଙ୍କୁ ଜରୁରୀ ସେବା ଯୋଗାଇ ଦେବାକୁ ‘ଇନୁୟିର କାପ୍ପୋନ’ ଯୋଜନା ଘୋଷଣା କରିଥିଲେ। ଏହି ଯୋଜନା ମାଧ୍ୟମରେ ଯେଉଁମାନେ ଦୁର୍ଘଟଣାରେ ଶିକାର ହେବେ ସେମାନଙ୍କୁ ପ୍ରଥମ ୪୮ ଘଣ୍ଟା ମାଗଣାରେ ଚିକିତ୍ସା କରାଯିବ।
ଏହି ଯୋଜନାରେ ରାଜ୍ୟରେ ଥିବା ୬୦୯ ହସ୍‌ପିଟାଲ୍, ୪୦୮ ଘରୋଇ ହସ୍‌ପିଟାଲ୍‌ ଓ ୨୦୧ ସରକାରୀ ହସ୍‌ପିଟାଲ୍ ସଠିକ୍ ସମୟ(ଗୋଲ୍ଡେନ୍ ଆୱାର)ରେ ରୋଗୀଙ୍କ ଜୀବନ ବଞ୍ଚାଇବା ପାଇଁ ସେବା ଯୋଗାଇ ଦେବେ।

Related Articles

Back to top button
WP Twitter Auto Publish Powered By : XYZScripts.com