ଜାତୀୟ

ନୋଏଡାରୁ ଧରା ହେଲେ ୧୫ ଚୀନ୍‌ ନାଗରିକ

ଦିଲ୍ଲୀକୁ ଲାଗି ରହିଥିବା ଉତ୍ତର ପ୍ରଦେଶ ନୋଏଡାରୁ ପୋଲିସ ୧୫ ଜଣ ଚୀନ୍‌ ନାଗରିକଙ୍କୁ ଧରିଛି। ଏମାନେ ଭିସା ଅବଧି ସରିବା ପରେ ମଧ୍ୟ ଅବୈଧ ଭାବେ ଅବସ୍ଥାନ କରୁଥିଲେ। ପୋଲିସ ଏମାନଙ୍କୁ ଡିଟେନସନ ସେଣ୍ଟରକୁ ପଠାଇ ଦେଇଥିବା ବେଳେ ସେମାନଙ୍କୁ ଚୀନ୍‌ ପଠାଇବାର ବ୍ୟବସ୍ଥା କରାଯାଉଛି। ଗୌତମ ବୁଦ୍ଧନଗର ପୋଲିସ ଇଣ୍ଟେଲିଜେନ୍ସୀକୁ ଏହି ନାଗରିକଙ୍କ ସମ୍ପର୍କରେ ସୂଚନା ମିଳିଥିଲା। ସେମାନଙ୍କ ଭିସା ଅବଧି ୧ ବର୍ଷରୁ ଊର୍ଦ୍ଧ୍ୱକାଳ ହେଲା ସମାପ୍ତ ହେବା ପରେ ବି ସେମାନେ ଏଠାରେ ରହୁଥିଲେ। ନୋଏଡା ପୋଲିସ ସୂଚନା ଅନୁସାରେ ବିଟା-୨ ଥାନା କ୍ଷେତ୍ରରୁ ୨, ସେକ୍ଟର ୧୧୩ ଥାନା ଅଞ୍ଚଳରୁ ୩, ସେକ୍ଟର ୪୩ରୁ ଜଣେ, ଫେଜ-୨ରୁ ୬ ଜଣ ଓ ସେକ୍ଟର ୧୪୨ ଅଞ୍ଚଳରୁ ୩ ଚୀନ ନାଗରିକଙ୍କୁ ଧରାଯାଇଛି।

ପୋଲିସ ହାତରେ ଧରାପଡିଥିବା ଏହି ଚୀନ୍‌ ନାଗରିକଙ୍କ ମଧ୍ୟରେ ଜଣେ ମହିଳା ମଧ୍ୟ ଅଛନ୍ତି। ଭାରତରେ ଅବସ୍ଥାନ କରିବାକୁ ଏମାନଙ୍କର ଭିସା ଅବଧି ସମାପ୍ତ ହୋଇସାରିଛି। ଏମାନ ଭିସା ନବିକରଣ କରାଇବା ବଦଳେ ନୋଏଡା ଓ ଗ୍ରେଟର ନୋଏଡାର ବିଭିନ୍ନ କମ୍ପାନୀରେ କାମ କରୁଥିଲେ। ସେମାନଙ୍କୁ ଧରିବା ପରେ ପୋଲି ସେମାନଙ୍କର ଯାଞ୍ଚ କରୁଛି। ସେମାନେ କିପରି ଭିସା ସରିବାର ଏତେ ସମୟ ପରେ ମଧ୍ୟ ଦେଶରେ ରହି କାମ କରୁଥିଲେ ପୋଲିସ ଏହାର ଯାଞ୍ଚ କରୁଥିବା ବେଳେ ଧରାପଡିଥିବା ଲୋକଙ୍କୁ ପୁଣି ଚୀନ୍‌ ପଠାଇବାର ବ୍ୟବସ୍ଥା କରାଯାଉଛି। ଏଥି ଲାଗି ସବୁ ଚୀନ୍‌ ନାଗରିକଙ୍କୁ ଡିଟେନସନ ସେଣ୍ଟରକୁ ପଠାଯାଇଥିବା ପୋଲିସ କହିଛି। ସେଠାରୁ ସେମାନଙ୍କ ସ୍ୱଦେଶକୁ ପଠାଇ ଦିଆଯିବ।

Related Articles

Back to top button
WP Twitter Auto Publish Powered By : XYZScripts.com