ଓଡ଼ିଶା

ହୁ ହୁ ହୋଇ ବଢିଚାଲିଛି ପେଟ୍ରୋଲ, ଡିଜେଲ୍ ଦର : ଦ୍ୱିତୀୟ ଦିନରେ ବଢିଲା ୭୫ ରୁ ୮୫ ପଇସା

ନୂଆଦିଲ୍ଲୀ() ପୁଣି ବଢିଲା ପେଟ୍ରୋଲ୍ ଓ ଡିଜେଲ୍ ଦାମ୍ । ଲଗାତର ଦ୍ବିତୀୟ ଦିନ ପାଇଁ ବଢିଲା ତୈଳ ଦର । ଉଭୟ ପେଟ୍ରୋଲ୍ ଓ ଡିଜେଲ୍ ର ଲିଟର ପିଛା ଦାମ୍ ୭୫ରୁ ୮୫ ପଇସା ପର୍ଯ୍ୟନ୍ତ ବଢିଛି । ରାଜଧାନୀ ଦିଲ୍ଲୀରେ ୮୦ ପଇସା ବଢିଛି ଦାମ୍ । ରାଜଧାନୀ ଦିଲ୍ଲୀରେ ପେଟ୍ରୋଲର ମୂଲ୍ୟ ଲିଟର ପିଛା ୯୬ ଟଙ୍କା ୨୧ ପଇସାରୁ ବଢି ୯୭ ଟଙ୍କା ୧ ପଇସା ହୋଇଛି ।

ସେହିପରି ଦିଲ୍ଲୀରେ ଡିଜେଲର ମୂଲ୍ୟ ଲିଟର ପିଛା ୮୭ ଟଙ୍କା ୪୭ ପଇସାରୁ ୮୮ ଟଙ୍କା ୨୭ ପଇସାକୁ ବୃଦ୍ଧି ପାଇଛି । ସେହିପରି ମୁମ୍ବାଇରେ ୮୫ ପଇସା ବଢିଛି ଦାମ୍ । ମୁମ୍ବାଇରେ ପେଟ୍ରୋଲ ଲିଟର ପିଛା ୧୧୦ ଟଙ୍କା ୮୨ ପଇସାରୁ ୧୧୧ ଟଙ୍କା ୬୭ ପଇସାକୁ ବୃଦ୍ଧି ପାଇଛି । ଏଠାରେ ଡିଜେଲ ଲିଟର ୯୫ ଟଙ୍କାରୁ ବୃଦ୍ଧି ପାଇ ୯୫ ଟଙ୍କା ୮୫ ପଇସାରେ ପହଞ୍ଚିଛି ।

ଚେନ୍ନାଇରେ ପେଟ୍ରୋଲ ଲିଟର ୭୫ ଓ ଡିଜେଲ ଲିଟର ୭୬ ପଇସା ବଢିଛି । ସେପଟେ ଚେନ୍ନାଇରେ ପେଟ୍ରୋଲ ଲିଟର ପିଛା ୧୦୨ ଟଙ୍କା ୧୬ ପଇସାରୁ ବଢି ୧୦୨ ଟଙ୍କା ୯୧ ପଇସା ହୋଇଛି । ଏବଂ ଡିଜେଲ ଲିଟର ପିଛା ୯୨ ଟଙ୍କା ୧୯ ପଇସାରୁ ବଢି ୯୨ ଟଙ୍କା ୯୫ ପଇସାରେ ପହଞ୍ଚିଛି। କୋଲକାତାରେ ପେଟ୍ରୋଲ ୮୩ ଡିଜେଲ ୮୦ ପଇସା ବଢିଛି । କୋଲକାତାରେ ଏବେ ପେଟ୍ରୋଲ ଲିଟର ୧୦୬ ଟଙ୍କା ୩୪ ପଇସାରେ ପହଞ୍ଚିଛି।

ସେହିପରି ଡିଜେଲ ଲିଟର କୋଲକାତାରେ ୯୧ ଟଙ୍କା ୪୨ ପଇସାକୁ ବୃଦ୍ଧି ପାଇଛି । ଭୁବନେଶ୍ବରରେ ପେଟ୍ରୋଲ୍ ୯୫ ଓ ଡିଜେଲ ୯୧ ପଇସା ବଢ଼ିଛି। ରାଜଧାନୀରେ ଏବେ ପେଟ୍ରୋଲ୍ ୧୦୨ ଟଙ୍କା ୭୪ ପଇସାରୁ ବଢି ୧୦୩ ଟଙ୍କା ୬୯ ପଇସା ହୋଇଛି ଓ ଡିଜେଲ୍ ୯୨ ଟଙ୍କା ୫୩ ପଇସାରୁ ବଢି ୯୩ ଟଙ୍କା ୪୪ ପଇସା ହୋଇଛି ।…

Related Articles

Back to top button
WP Twitter Auto Publish Powered By : XYZScripts.com