ଓଡ଼ିଶା

୮ଶ୍ରେଣୀ ପାଇଁ ଜଣେ ଶିକ୍ଷକ, ୨୦୬ ଆଦିବାସୀ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧାର

ବାଲିଗୁଡ଼ା: ୮ ଶ୍ରେଣୀ। ୨୦୦ରୁ ଅଧିକ ଛାତ୍ରଛାତ୍ରୀ। ହେଲେ ସେମାନଙ୍କୁ ପାଠପଢ଼ାଇବା ନିମନ୍ତେ ଅଛନ୍ତି ମାତ୍ର ଜଣେ ଶିକ୍ଷକ। ଏହି ଶିକ୍ଷକ ଗୋଟିଏ ଶ୍ରେଣୀର ପିଲାମାନଙ୍କୁ ପାଠ ପଢ଼ାଇଲେ ଅନ୍ୟ ସାତଟି ଶ୍ରେଣୀର ଛାତ୍ରଛାତ୍ରୀମାନେ ଖାଲିଟାରେ ବସୁଛନ୍ତି। ଶିକ୍ଷା ବିଭାଗର ଏଭଳି ଅବ୍ୟବସ୍ଥାର ନଗ୍ନ ଚିତ୍ର କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ଦନେକବାଡି ସରକାରୀ ଆଶ୍ରମ ସ୍କୁଲରେ ଦେଖିବାକୁ ମିଳିଛି। ଏହି ଆଦିବାସୀ ଆଶ୍ରମ ସ୍କୁଲରେ ପାଠପଢ଼ୁଥିବା ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧକାରକୁ ଠେଲି ଦେଇଛନ୍ତି ଖୋଦ ସରକାର।

ସବୁଦିନ ଛାତ୍ରଛାତ୍ରୀ ସ୍କୁଲରେ ପହଂଚି ପ୍ରାର୍ଥନା ବୋଲୁଛନ୍ତି। ପ୍ରାର୍ଥନା ସରିବା ପରେ ଛାତ୍ରଛାତ୍ରୀ ନିଜ ଶ୍ରେଣୀରେ ଯାଇ ବସୁଛନ୍ତି। ସାର୍‌ଙ୍କୁ ଅପେକ୍ଷା କରୁଛନ୍ତି। ହେଲେ ଭାଗ୍ୟରେ ଥିଲେ ଏକମାତ୍ର ଶିକ୍ଷୟିତ୍ରୀ ପାଠପଢ଼ାଇବାକୁ ଆସୁଛନ୍ତି। ନଚେତ୍ ସ୍କୁଲରେ ବସିବସି ଆସିବାରେ ସବୁ ସମୟ ନଷ୍ଟ ହେଉଛି।
ଏମିତି କି କିଛି ଛାତ୍ରୀ ନିଜେ ହିଁ ଶିକ୍ଷକ ସାଜି ପିଲାଙ୍କୁ ପାଠ ପଢାଉଥିବା ଦୃଶ୍ୟ ଦେଖିବାକୁ ମିଳିଛି। ଏଭଳି କ୍ଷେତ୍ରରେ ସମ୍ପୃକ୍ତ ସେବାଶ୍ରମର ପିଲାଙ୍କ ପାଠପଢା ଅନ୍ଧାରକୁ ଠେଲି ହୋଇଯାଇଛି। ଆବଶ୍ୟକ ଶିକ୍ଷକ ନଥିବା ଯୋଗୁଁ ପାଠପଢା ଠିକ୍ ସେ ହେଉ ନ ଥିବା ଛାତ୍ରୀମାନେ ଅଭିଯୋଗ କରିଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com