ଓଡ଼ିଶା

ନିଆଁ ଲାଗି ଜଳିଗଲା ରଙ୍ଗ ଦୋକାନ, ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡ଼ି ପାଉଁଶ

ଢେଙ୍କାନାଳ: ଚାହୁଁ ଚାହୁଁ ଜଳିଗଲା ରଙ୍ଗ ଦୋକାନ ।  ଆଉ ନିଆଁରେ ପୋଡ଼ି ପାଉଁଶ ହୋଇଗଲା ଲକ୍ଷ ଲକ୍ଷ ଟଙ୍କାର ସାମଗ୍ରୀ । ଏପରି ଅଗ୍ନିକାଣ୍ଡ ଘଟିଛି ଢେଙ୍କାନାଳ ସହରର ରାଧାକୃଷ୍ଣ ବଜାରରେ । ଆଜି ଅପରାହ୍ନରେ ରାଧାକୃଷ୍ଣ ବଜାରର ଭୀମସେନ ବେହେରାଙ୍କ ରଙ୍ଗ ଦୋକାନରେ ଅଚାନକ ନିଆଁ ଲାଗିଥିଲା । ଦୋକାନରେ ବିପୁଳ ପରିମାଣରେ ରଙ୍ଗ ସାମଗ୍ରୀ ଥିବାରୁ ଆଖି ପିଛୁଳାକେ ନିଆଁ ଭୟଙ୍କର ରୂପ ଧାରଣ କରିଥିଲା ।

ଖବର ପାଇ ଦମକଳ ବାହିନୀ ପହଂଚି ନିଆଁକୁ ଆୟତ୍ତ କରିଥିଲେ । ଫଳରେ ଅନ୍ୟ ଦୋକାନକୁ ଏହି ନିଆଁ ବ୍ୟାପିବାରୁ ରକ୍ଷା ମିଳିଥିଲା । ତେବେ ନିଆଁ ଲାଗିବାର ସଠିକ କାରଣ କଣ ଜଣା ନପଡିଲେ ମଧ୍ୟ ବିଦ୍ୟୁତ ସର୍ଟ ସର୍କିଟରୁ ଏହି ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି । ନିଆଁରେ ପ୍ରାୟ ୫ଲକ୍ଷ ଟଙ୍କାର ସାମଗ୍ରୀ ପୋଡି ପାଉଁଶ ହୋଇଯାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com