ଅନ୍ତର୍ଜାତୀୟ

ୟୁକ୍ରେନର ଥିଏଟର ଉପରେ ରୁଷର ମିସାଇଲ୍ ମାଡ, ୩୦୦ ଲୋକଙ୍କ ମୃତ୍ୟୁ ଆଶଙ୍କା

ନୂଆଦିଲ୍ଲୀ : ୟୁକ୍ରେନ ଉପରେ ରୁଷର ଆକ୍ରମଣ ଜାରି ରହିଛି। ତଥାପି କିଭ୍ ଏବଂ ଖାରକିଭ୍ ପରି ବଡ ସହର ରୁଷ ସେନାର ଅକ୍ତିକାରକୁ ଆସି ପାରି ନାହିଁ। ଏବେ ରୁଷ ଆକାଶରୁ ଆକ୍ରମଣକୁ ଜୋରଦାର କରିଛି। ଏହି କ୍ରମରେ ୟୁକ୍ରେନର ମାରିୟୁପୋଲ ସହରରେ ମିସାଇଲ୍ ମାଡ କରିଛି। ଏଥିରେ ୩୦୦ ନାଗରିକଙ୍କ ପ୍ରାଣହାନୀ ଘଟିଥିବା ଆଶଙ୍କା କରାଯାଉଛି। ଏହି ସହର ଉପରେ ରୁଷ ସେନା ଘନ ଘନ ବୋମା ବର୍ଷଣ କରି ଚାଲିଛି।
ମାର୍ଚ୍ଚ ୧୬ରେ ମାରିୟୁପୋଲ ସହରର ଏକ  ଥିଏଟର ଉପରେ ରୁଷ ସେନା ମିସାଇଲ ମାଡ କରିଥିଲେ। ଫଳରେ ୩୦୦ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଥିବା ସ୍ଥାନୀୟ ପ୍ରଶାସନ କହିଛନ୍ତି। ଅଧିକାରୀଙ୍କ ଅନୁଯାୟୀ, ଶିଶୁଙ୍କ ସମେତ ହଜାରେରୁ ଅଧିକ ଲୋକ  ଥିଏଟରରେ ଶରଣ ନେଇଥିଲେ। ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁଯାୟୀ ଡ୍ରାମା ଥିଏଟର ଉପରେ ରୁଷ ମିସାଇଲ୍ ଆକ୍ରମଣ କରିଥିଲା।
ୟୁକ୍ରେନର ଅନେକ ସହର ଉପରେ ରୁଷର ଭୀଷଣ ବୋମାବର୍ଷଣ ଜାରି ରହିଛି। ଖାରକିଭରେ ରାତିସାରା ରୁଷ ସେନା ପକ୍ଷରୁ ଭୀଷଣ ବୋମାବର୍ଷଣ କରାଯାଇଛି।  ସହରର ଅନେକ ସ୍ଥାନରେ ଧୂଆଁ ଉଠିବାରେ ଲାଗିଛି। ଅନ୍ୟପଟେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଆଜି ପୋଲାଣ୍ଡ ଗସ୍ତରେ ଅଛନ୍ତି। ଏହି ସମୟରେ ସେ ୟୁକ୍ରେନର ସୀମା ନିକଟରେ ଅଛନ୍ତି। ନିକଟରେ ବାଇଡେନ୍ କହିଥିଲେ ଯେ, ଯଦି ରୁଷ ୟୁକ୍ରେନ ଉପରେ ରସାୟନିକ ଅସ୍ତ୍ର ଶସ୍ତ୍ର ପ୍ରୟୋଗ କରେ ତେବେ ନାଟୋ ଏହାର ଜବାବ ଦେବ।

Related Articles

Back to top button
WP Twitter Auto Publish Powered By : XYZScripts.com