ଜାତୀୟମନୋରଞ୍ଜନ

କରୋନା ସଂକ୍ରମଣ ହେଲେ ଲାରା ଦତ୍ତା, ଅଭିନେତ୍ରୀଙ୍କ ଘରକୁ ସିଲ୍‌ କଲା ବିଏମସି

ମୁମ୍ବାଇ : ବଲିଉଡର ଜଣାଶୁଣା ଅଭିନେତ୍ରୀ ତଥା ପୂର୍ବତନ ବ୍ରହ୍ମାଣ୍ଡ ସୁନ୍ଦରୀ ଲାରା ଦତ୍ତାଙ୍କ ସିଲ୍‌ ହେଲା ଘର। ବିଏମ୍‌ସି ତାଙ୍କ ପୂରା ବିଲ୍ଡିଂକୁ ସିଲ୍‌ କରିଛି। ଏଥିସହ ତାଙ୍କ ଘରେ ବାହାରେ ଏକ ନୋଟିସ୍‌ ମଧ୍ୟ ମାରିଛି ବିଏମ୍‌ସି । ଲାରା କରୋନାରେ ସଂକ୍ରମଣ ହୋଇଛନ୍ତି। ତାଙ୍କ କୋଭିଡ ରିପୋର୍ଟ ପଜିଟିଭ ଆସିବା ପରେ ମୁମ୍ବାଇ ମହାନଗର ନିଗମ ପକ୍ଷରୁ ତାଙ୍କର ପୂରା ବିଲ୍ଡିଂକୁ ସିଲ୍‌ କରାଯାଇଛି। ଏଥିସହ ଘର ବାହାରେ ମାଇକ୍ରୋ କଣ୍ଟେନ୍‌ମେଣ୍ଟ ଜୋନ୍‌ର ପୋଷ୍ଟର ଲଗାଇଛି ବିଏମସି । ସୂଚନା ମୁତାବକ, କେବଳ ଲାରା ହିଁ କରୋନାରେ ସଂକ୍ରମଣ ହୋଇଛନ୍ତି। ତାଙ୍କ ପରିବାର ଅନ୍ୟ କୌଣସି ସଦସ୍ୟ ସଂକ୍ରମିତ ହୋଇନଥିବାର ମଧ୍ୟ ସେ ନିଜେ ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି।

Related Articles

Back to top button