କ୍ରୀଡ଼ା

ପୁରୁଷ କ୍ରିକେଟ୍ ବିଶ୍ବକପ୍‌ର ସେମିଫାଇନାଲ୍ ଲାଇନ୍ ଅପ୍ ଚୂଡ଼ାନ୍ତ

ଏକଦିବସୀୟ ପୁରୁଷ କ୍ରିକେଟ୍ ବିଶ୍ବକପ୍‌ର ସେମିଫାଇନାଲ୍ ଲାଇନ୍ ଅପ୍ ଚୂଡ଼ାନ୍ତ ହୋଇଛି। ଲିଗ୍ ପର୍ଯ୍ୟାୟ ଶେଷ ହେବାକୁ ଆଉ ଗୋଟିଏ ଦିନ ବାକି ଥିଲେ ମଧ୍ୟ ପ୍ରଥମ ସେମିଫାଇନାଲ୍‌ରେ ପଏଣ୍ଟ୍‌ ତାଲିକାର ଏକନମ୍ବର ସ୍ଥାନରେ ଥିବା ଭାରତ ଏବଂ ଚାରି ନମ୍ବରରେ ଥିବା ନ୍ୟୁଜିଲାଣ୍ଡ ମୁହାଁମୁହିଁ ହେବା ସ୍ପଷ୍ଟ ହୋଇଯାଇଛି।

ଏହି ମ୍ୟାଚ୍‌ ମୁମ୍ବାଇର ୱାଙ୍ଖେଡ଼େ ଷ୍ଟାଡିୟମ୍‌ରେ ଚଳିତ ମାସ ୧୫ ତାରିଖରେ ଖେଳାଯିବ। ଯାହା ୨୦୧୯ ବିଶ୍ବକପ୍ ସେମିଫାଇନାଲ୍‌ର ପୁନରାବୃତ୍ତି ହେବ।

Related Articles

Back to top button
WP Twitter Auto Publish Powered By : XYZScripts.com