ଓଡ଼ିଶା

ଭୁବନେଶ୍ୱରରେ ଆଜି ପେଟ୍ରୋଲ ଲିଟର ପିଛା ୮୫ ପଇସା ଓ ଡିଜେଲ ଲିଟର ପିଛା ୭୪ ପଇସା ବଢ଼ିଲା

ଭୁବନେଶ୍ୱର: ଆଜି ମଧ୍ୟ ସମଗ୍ର ଦେଶରେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଇଛି। ଭୁବନେଶ୍ୱରରେ ଆଜି ପେଟ୍ରୋଲ ଲିଟର୍ ପିଛା  ୮୫ ପଇସା ଓ ଡିଜେଲ ଲିଟର ପିଛା ୭୪ ପଇସା ବଢ଼ିଛି। ଏହାଫଳରେ, ରାଜଧାନୀରେ ପେଟ୍ରୋଲ ଲିଟର ପିଛା ଦର ହେଲା ୧୦୭.୧୧ ଓ ଡିଜେଲ୍ ୯୬.୮୩ ଟଙ୍କା। ଏଣେ  ପେଟ୍ରୋଲ ଓ ଡିଜେଲ୍ ଦାମ୍ ସାରା ଦେଶରେ ଲିଟର ପିଛା ପେଟ୍ରୋଲ ୮୦ ପଇସା ଓ ଡିଜେଲ୍ ଲିଟର ପିଛା ୭୦ ପଇସା ବୃଦ୍ଧି ପାଇଛି। ଏବେ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ଦର ୧୦୦.୨୧ ଓ ଡିଜେଲ୍ ଲିଟର ପିଛା ଦର ୯୧.୪୭ ଟଙ୍କା ହୋଇଥିବା ଜଣାଯାଇଛି।  ସମଗ୍ର ଦେଶରେ ଗୋଟିଏ ସପ୍ତାହରେ ୪.୮୦ ଟଙ୍କା ବୃଦ୍ଧି ପାଇଛି। ମାର୍ଚ୍ଚ ୨୨ ତାରିଖରୁ ତୈଳ ଦର ବଢିଛି। ଗତ ୮ ଦିନରେ ୭ ଥର ବୃଦ୍ଧି ଘଟିଛି। ଗତ ୮ ଦିନରେ ଭୁବନେଶ୍ୱରରେ ପେଟ୍ରୋଲ ଦାମ ଲିଟର ପିଛା ୫.୧୩ ଓ  ଡିଜେଲ ଲିଟର ପିଛା ୫.୦୯ ଟଙ୍କା ବୃଦ୍ଧି ପାଇଛି।

ପୂର୍ବରୁ ଗତ ମଙ୍ଗଳବାର, ବୁଧବାର, ଶୁକ୍ରବାର, ଶନିବାର, ରବିବାର ଓ ସୋମବାର ଦିନ ଉପରୋକ୍ତ ଇନ୍ଧନ ଦର ବୃଦ୍ଧି ପାଇଥିଲା। ଭାରତରେ ପେଟ୍ରୋଲ୍‌ ଏବଂ ଡିଜେଲ୍‌ ମୂଲ୍ୟ ଇନ୍ଧନର ଚାହିଦା, ଡଲାର୍‌ ତୁଳନାରେ ଭାରତୀୟ ମୁଦ୍ରାର ମୂଲ୍ୟ ଏବଂ ତୈଳଶୋଧନାଗାରର ବ୍ୟବହାର ଉପରେ ନିର୍ଭର କରେ। ଏହାଛଡ଼ା, ‘ଭାଟ୍‌’ ଏବଂ ପରିବହନ ମୂଲ୍ୟ ଆଧାରରେ ରାଜ୍ୟ ରାଜ୍ୟ ମଧ୍ୟରେ ଇନ୍ଧନ ମୂଲ୍ୟରେ ତଫାତ୍‌ ଦେଖା ଦେଇଥାଏ।

ଉଲ୍ଲେଖଯୋଗ୍ୟ, ୨୦୨୧ ନଭେମ୍ବର ୪ ତାରିଖରେ କେନ୍ଦ୍ର ସରକାର ପେଟ୍ରୋଲ୍‌ ଉପରୁ ଟ.୫/- ଏବଂ ଡିଜେଲ୍‌ ଉପରୁ ଟ.୧୦/- ଉତ୍ପାଦ ଶୁଳ୍କ ହ୍ରାସ କରିଥିଲେ। କେନ୍ଦ୍ର ସରକାରଙ୍କ ଏହି ପଦକ୍ଷେପ ପରେ ପରେ କେତେକ ରାଜ୍ୟ ସରକାର ମଧ୍ୟ ପେଟ୍ରୋଲ୍‌ ଓ ଡିଜେଲ୍‌ ଦର ଉପରୁ ‘ଭାଟ୍‌’ ହ୍ରାସ କରିବା ଫଳରେ ମୋଟୋର୍‌ ଯାନ ମାଲିକମାନେ ଆଶ୍ବସ୍ତ ହୋଇଥିଲେ।

Related Articles

Back to top button
WP Twitter Auto Publish Powered By : XYZScripts.com