ଓଡ଼ିଶା

ଗୋ ମାଂସ ଚାଲାଣ ହେଉଥିବା ଗାଡିକୁ ଅଟକେଇଲା ବିଶ୍ୱ ହିନ୍ଦୁ ପରିଷଦ: ତା’ପରେ ହେଲା ଏମିତି

ଭୁବନେଶ୍ୱର : ରାଜ୍ୟରେ ଦିନକୁ ଦିନ ବଢିବାରେ ଲାଗିଛି ଗୋ ମାଂସ ଚାଲାଣ । ଗୋ ମାଂସ ଚାଲାଣକାରୀଙ୍କ ଉପଦ୍ରବ ବଢିବାରେ ଲାଗିଥିବା ବେଳେ ଏହାକୁ ଅଟକାଇବାକୁ ଅଣ୍ଟା ଭିଡିଛନ୍ତି ବିଶ୍ୱ ହିନ୍ଦୁ ପରିଷଦର କର୍ମୀ । ନିମାପଡା-ପିପିଲି ଅଞ୍ଚଳରେ ବିପୁଳ ଗୋ ମାଂସ ଚାଲାଣ କରାଯାଉଥିବା ବେଳେ ଭିଏଚପି କର୍ମୀଙ୍କ ହସ୍ତକ୍ଷେପ କାରଣରୁ ଏକ ବଡ ଧରଣର ଗୋ ମାଂସ ଚାଲାଣକୁ ରୋକାଯାଇ ପାରିଛି । ଗୁରୁବାର ଏକ ବୋଲେରୋ ପିକ୍ ଅପ୍ ଭ୍ୟାନ୍ ସହିତ ୬୦ କ୍ୱିଣ୍ଟାଲର ଗୋ ମାଂସ ଜବତ କରାଯାଇଛି ।
ପିପିଲି-ନିମାପଡା ରାସ୍ତାରେ ଏକ ବୋଲେରୋ ପିକ ଅପ୍ ଭ୍ୟାନରେ ମାଂସ ବୋଝେଇ କରି ନିଆଯାଉଥିବା ବେଳେ ଭିଏଚପି କର୍ମୀ ଏହାକୁ ଅଟକାଇଥିଲେ । ଗାଡିରେ ମାଂସ ଦେଖି ଉତ୍ତ୍ୟକ୍ତ ହେବା ସହିତ ଡ୍ରାଇଭରକୁ ଥୋଇଥିଲେ ଉତ୍ତମ ମଧ୍ୟମ । ଏହାପରେ ପୋଲିସ ହସ୍ତକ୍ଷେପ କରିବା ସହିତ ଗାଡି ସମେତ ଜଣଙ୍କୁ ଅଟକ ରଖିଛି । ତେବେ ଡ୍ରାଇଭର ଜଣଙ୍କ ଫେରାର ହୋଇଥିବା କୁହାଯାଇଛି । ମାଂସ ନମୂନାକୁ ଲାବକୁ ପଠା ଯାଇଥିବା ଜଣାପଡିଛି । ଭିଏଚପି ଏବଂ ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ଏହି ଘଟଣାକୁ ନେଇ ଥାନାରେ ମାମଲା ରୁଜୁ କରାଯାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com