ଅନ୍ୟାନ୍ୟ

ପାକିସ୍ତାନରେ ଭାରତର ମିସାଇଲ ପଡିବା ଘଟଣା: ଗୃହରେ ବିବୃତ୍ତି ରଖିଲେ ପ୍ରତିରକ୍ଷାମନ୍ତ୍ରୀ, ଆମେରିକା ଦେଲା ଏପରି ବୟାନ

ନୂଆଦିଲ୍ଲୀ: ପାକିସ୍ତାନ ମାଟିରେ ଭାରତର ମିସାଇଲ ପଡିବା ଘଟଣାରେ ଆଜି ରାଜ୍ୟସଭାରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ନିଜ ବିବୃତ୍ତି ରଖିଛନ୍ତି । ଭୁଲବଶତଃ ଏଭଳି ଅଘଟଣ ଘଟିଥିବା ରାଜନାଥ କହିଛନ୍ତି । ତାଙ୍କ କହିବା ମୁତାବକ, ‘ଗତ ୯ ତାରିଖ ସନ୍ଧ୍ୟା ୭ଟାରେ ଏଭଳି ଅଘଟଣ ଘଟିଛି । ରୁଟିନ ରକ୍ଷଣାବେକ୍ଷଣା ଓ ତଦାରଖ ବେଳେ ଏହି ଅଘଟଣ ଘଟିଥିଲା । ଭୁଲବଶତଃ ଗୋଟିଏ ମିସାଇଲ ନିକ୍ଷେପ ହୋଇଯାଇଥିଲା । ମିସାଇଲ ପାକିସ୍ତାନ ମାଟିରେ ପଡିବା ଆମେ ପରେ ଜାଣିଲୁ । ସରକାର ଘଟଣାକୁ ଗୁରୁତ୍ୱର ସହ ନେଇଛନ୍ତି । ଏହି ଘଟଣାରେ ଉଚ୍ଚସ୍ତରୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି ବୋଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି ।
ଅନ୍ୟପଟେ ପାକିସ୍ତାନରେ ମିସାଇଲ ପଡିବା ମାମଲାରେ ଆମେରିକା ମଧ୍ୟ ଭାରତର ପକ୍ଷ ନେଇଛି । ଆମେରିକାର କହିବା ଅନୁସାରେ, ନିକଟରେ ଭାରତ ପକ୍ଷରୁ ପାକିସ୍ତାନରେ ପଡ଼ିଥିବା ମିସାଇଲ ଦୁର୍ଘଟଣାବଶତଃ ଉତକ୍ଷେପଣ ହୋଇଥିଲା । ଏହାର ଅନ୍ୟ କୌଣସି କାରଣ ଦେଖାଯାଉନାହିଁ ।
ସୂଚନାଯୋଗ୍ୟ, କିଛିଦିନ ତଳେ ପାକିସ୍ତାନରେ ଭାରତୀୟ ବ୍ରହ୍ମୋସ ମିଶାଇଲ ନିୟନ୍ତ୍ରଣ ହରାଇ ପଡିଯାଇଥିଲା । ପାକିସ୍ତାନର ୧୨୪ କିମି ଭିତରେ ଏହା ପଡିଥିଲା । ଯାହାକୁ ନେଇ ପାକିସ୍ତାନ ଭୟଭୀତ ହେବା ସହ ପ୍ରତିକ୍ରିୟା ରଖିଥିଲା । ଭାରତ ଜାଣିଶୁଣି ଏପରି କରିଥିବା ଅଭିଯୋଗ କରିଥିଲା ପାକ୍ । ଏହାସହ ତଦନ୍ତ ଦାବି କରିଥିଲା । ଏବେ କିନ୍ତୁ ଭାରତକୁ ଆମେରିକାର ସମର୍ଥନ ମିଳିଛି । ଏହି ମିସାଇଲ ମାଡରେ କୌଣସି ଲୋକ ମୃତାହତ କିମ୍ବା କ୍ଷୟକ୍ଷତି ହୋଇ ନଥିବା କହିଛି ମନ୍ତ୍ରଣାଳୟ । ପାକିସ୍ତାନ ଦାବି କରିଛି ଏହି ମିସାଇଲ ଏକ ସୁପରସୋନିକ ମିସାଇଲ ଥିଲା । ଏହା ୪୦ ହଜାର କିମି ଅଲଟିଚ୍ୟୁଡ୍ ରେ ଆସି ପଡିଥିବା ଦାବି କରିଛି ପାକିସ୍ତାନ । ଏହାସହିତ ଏହି ମିସାଇଲ ଘଣ୍ଟାପ୍ରତି ୩ ହଜାର କିମି ଦୂରତା ଅତିକ୍ରମ କରିପାରେ ବୋଲି କହୁଯାଇଛି । ତେବେ ଘଟଣାଟି ଗତ ୯ ତାରିଖରେ ଘଟିଥିଲା ।

Related Articles

Back to top button
WP Twitter Auto Publish Powered By : XYZScripts.com