ଐତିହ୍ୟ ଓ ସଂସ୍କୃତିଜାତୀୟ

ନରେନ୍ଦ୍ର ମୋଦୀ ଓଡ଼ିଆରେ ଟ୍ୱିଟ୍ କରି ଉକ୍ରଳ ଦିବସ ଶୁଭେଚ୍ଛା ଜଣାଇଥିବା ବେଳେ ରାଷ୍ଟ୍ରପତି ହିନ୍ଦି ଭାଷାରେ ଟ୍ୱିଟ୍ କରିଥିଲେ

ଭୁବନେଶ୍ୱର : ନିଜର ୮୬ ତମ ଜନ୍ମ ଦିବସ ପାଳନ କରୁଛି ଓଡ଼ିଶା । ଭାଷା ଭିତ୍ତିରେ ଗଠନ ହୋଇଥିବା ପ୍ରଥମ ରାଜ୍ୟକୁ ୮୬ ବର୍ଷ ପୁରୁଥିବା ବେଳେ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଆରେ ଟ୍ୱିଟ୍ କରି ଉକ୍ରଳ ଦିବସ ଶୁଭେଚ୍ଛା ଜଣାଇଥିବା ବେଳେ ରାଷ୍ଟ୍ରପତି ହିନ୍ଦି ଭାଷାରେ ଟ୍ୱିଟ୍ କରିଥିଲେ । ଉତ୍କଳ ଦିବସ ଅବସରରେ ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଶୁଭେଚ୍ଛା ସହ ରାଜ୍ୟବାସୀଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କଲେ, କହିଲେ- ଦେଶର ପ୍ରଗତିରେ ଓଡ଼ିଆ ଲୋକଙ୍କ ଯୋଗଦାନ ଉଲ୍ଲେଖନୀୟ, ଓଡ଼ିଆ ସଂସ୍କୃତି ସମଗ୍ର ବିଶ୍ୱରେ ପ୍ରଶଂସିତ ବୋଲି ଲେଖି ମୋଦୀ ଟ୍ୱିଟ କରିଥିଲେ ।
ଅନ୍ୟ ପକ୍ଷରେ ରାଷ୍ଟ୍ରପତି ଲେଖିଥିଲେ ଓଡ଼ିଶା ମାଟିରେ ଜଗନ୍ନାଥ, କୋଣାର୍କ ଓ ଲିଙ୍ଗରାଜ ମନ୍ଦିର ଭଳି ଐତିହ୍ୟ ଭରି ରହିଛି ସାରା ବିଶ୍ବକୁ ଶାନ୍ତି ଓ ଭଲ ପାଇବାର ବାର୍ତ୍ତା ଦେଉଛି ଓଡ଼ିଶା । ଏପରି ଲେଖିବା ସହିତ ଓଡ଼ିଶା ବାସୀଙ୍କୁ ଉକ୍ରଳ ଦିବସ ଶୁଭକାମନା ଜଣାଇଥିଲେ କୋବିନ୍ଦ ।

Related Articles

Back to top button
WP Twitter Auto Publish Powered By : XYZScripts.com