ଜାତୀୟ

୮ରେ ଓଡ଼ିଶା ଆସିବେ ଦ୍ରୌପଦୀ ମୁର୍ମୁ

ଭୁବନେଶ୍ୱର: ଆସନ୍ତା ୮ ତାରିଖରେ ଓଡ଼ିଶା ଆସିବେ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ। ଓଡ଼ିଶା ଆସି ବିଭିନ୍ନ ଦଳର ବିଧାୟକ ଓ ସାଂସଦଙ୍କୁ ଭେଟିବେ ଏବଂ ରାଷ୍ଟ୍ରପତି ନିର୍ବାଚନରେ ତାଙ୍କୁ ସମର୍ଥନ କରିବାକୁ କହିବେ। ଆଜି ଏହି ସୂଚନା ଦେଇଛନ୍ତି ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି।

ଏନ୍‌ଡିଏ ପକ୍ଷରୁ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିବା ପରେ ସବୁ ରାଜ୍ୟ ଯାଇ ଭୋଟ ଭିକ୍ଷା କରୁଛନ୍ତି ଶ୍ରୀମତୀ ମୁର୍ମୁ। ଏହି କ୍ରମରେ ବିହାର, ଝାରଖଣ୍ଡ, ତାମିଲନାଡୁ ଓ ତେଲେଙ୍ଗାନା ଯାଇ ଭୋଟ ଭିକ୍ଷା କରିବା ପରେ ଓଡ଼ିଶା ଆସିବେ ଦ୍ରୌପଦୀ। ଏହାପରେ ସେ ଆନ୍ଧ୍ର ପ୍ରଦେଶ ଓ ଅନ୍ୟାନ୍ୟ ରାଜ୍ୟ ଯିବାର କାର୍ଯ୍ୟକ୍ରମ ରହିଛି ବୋଲି ସୂଚନା ଦେଇଛନ୍ତି ବିଜେପି ରାଜ୍ୟ ସଭାପତି ଶ୍ରୀ ମହାନ୍ତି।

ଜୁନ୍ ୨୪ ତାରିଖରେ ସଂସଦ ଭବନରେ ବିଜେପି ଓ ଏନଡିଏ ନେତାଙ୍କ ଉପସ୍ଥିତିରେ ଶ୍ରୀମତୀ ମୁର୍ମୁ ପ୍ରାର୍ଥିପତ୍ର ଦାଖଲ କରିଥିଲେ। ସଂସଦ ଭବନରେ ପ୍ରାର୍ଥିପତ୍ର ଦାଖଲ କରିବା ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, ବିଜେପି ଶାସିତ ରାଜ୍ୟର ସମସ୍ତ ମୁଖ୍ୟମନ୍ତ୍ରୀମାନଙ୍କ ଠାରୁ ଆରମ୍ଭ କରି ବହୁ କେନ୍ଦ୍ରମନ୍ତ୍ରୀ ଓ ସହଯୋଗୀ ଦଳର ନେତାମାନେ ଉପସ୍ଥିତ ରହିଥିଲେ।

Related Articles

Back to top button
WP Twitter Auto Publish Powered By : XYZScripts.com