ଓଡ଼ିଶା

ପାଟ୍ରୋଲିଂ ଗାଡ଼ିକୁ ଦେଖି ଛାତ୍ର ଜଣକ କହିଲେ”ହେଇ ମାମୁଁ ଯାଉଛି”, ଗାଡ଼ିରୁ ଓହ୍ଲାଇ ଚାପୁଡ଼ା ପରେ ଚାପୁଡ଼ା ମାରିଲେ ପୋଲିସ୍‌ ଅଧିକାରୀ

ନିଶ୍ଚିନ୍ତକୋଇଲି() ପୋଲିସକୁ ମାମୁଁ କହିବାରୁ ନାବାଳକ ଛାତ୍ରଙ୍କୁ ମାଡ଼ । ଘଟଣାଟି ଘଟିଛି କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଥାନା ଅଂଚଳରେ । ସ୍କୁଲରୁ ୫ମ ଶ୍ରେଣୀ  ଛାତ୍ର ସାଙ୍ଗମାନଙ୍କ ସହ ଘରକୁ ଫେରୁଥିବା ବେଳେ ଏକ ପୋଲିସ ପାଟ୍ରୋଲିଂ ଗାଡ଼ିକୁ ଦେଖି ଛାତ୍ର ଜଣକ କହିଲେ,”ହେଇ ମାମୁଁ ଯାଉଛି” । ଏହା ଶୁଣି ଜଣେ ପୋଲିସ ବାବୁ ରାଗି ପଞ୍ଚମ ହୋଇଗଲେ । ଆଉ ଭୁଲିଗଲେ ହିତାହିତ ଜ୍ଞାନ । ଗାଡ଼ିରୁ ଓହ୍ଲାଇ ଛାତ୍ରକୁ ଚାପୁଡ଼ା ପରେ ଚାପୁଡ଼ା ମାରିବା ସହ ଅଶ୍ଲୀଳ ଭାଷାରେ ଗାଳିଗୁଲଜ କରିଥିବା ଛାତ୍ର ଜଣକ ଅଭିଯୋଗ କରିଛନ୍ତି ।

ଛାତ୍ର ଜଣକ ଏ ଘଟଣା ଘରେ କହିଲା ପରେ ସ୍ଥାନୀୟ ବାସିନ୍ଦା ଓ ଛାତ୍ରଙ୍କ ପରିବାର ଲୋକେ ନ୍ୟାୟ ଦାବିରେ  କଟକ-ଚାନ୍ଦବାଲିର ପଣସ ପଡ଼ିଆଠାରେ ଦୀର୍ଘ ଏକ ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ଟାୟାର ଜାଳି ରାସ୍ତାରୋକ କରିଥିଲେ। ଫଳରେ ଏହି ରାସ୍ତା ଦେଇ ଯାଉଥିବା ଗାଡ଼ି ମଟର ଦୀର୍ଘ ସମୟ ରାସ୍ତା ଉପରେ ଅଟକି ରହିଥିଲା। ନିଶ୍ଚିନ୍ତକୋଇଲି ପୋଲିସ ଘଟଣାସ୍ଥଳରେ ପହଂଚି ଉତ୍ତ୍ୟକ୍ତ ଲୋକମାନଙ୍କୁ ବୁଝାସୁଝା କରିବା ପରେ ରାସ୍ତାରୋକ ହଟିଥିଲା। ଏ ବାବଦରେ ନିଶ୍ଚିନ୍ତକୋଇଲି ପ୍ରତିକ୍ରିୟା ଦେବାକୁ ମନା କରିଦେଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com