ମନୋରଞ୍ଜନ

କିମ୍‌ ଓ ଲିଆଣ୍ଡର୍‌ଙ୍କ ସମ୍ପର୍କକୁ ପୁରିଲା ବର୍ଷେ : ଦୁହେଁ ସେୟାର କଲେ ରୋମାଣ୍ଟିକ୍‌ ଫଟୋ, ଫ୍ୟାନ୍ସ ହେଲେ ଆଶ୍ଚର୍ଯ୍ୟ

ମୁମ୍ବାଇ() କିମ୍ ଶର୍ମା ଏବଂ ଲିଆଣ୍ଡର୍ ପେସ୍ ଦୀର୍ଘ ଦିନ ଧରି ସେମାନଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚାରେ ଥିଲେ। ଉଭୟ କେବଳ ପରସ୍ପରର ନୁହେଁ ବରଂ ପରସ୍ପରର ପରିବାର ସହିତ ମଧ୍ୟ ଅତି ନିକଟତର । ଏକାଠି  ଛୁଟିଠାରୁ ଆରମ୍ଭ କରି ପ୍ରତ୍ୟେକ ପର୍ବ ପର୍ଯ୍ୟନ୍ତ, ଦୁହେଁ ଏକାଠି ପାଳନ କରନ୍ତି । ବର୍ତ୍ତମାନ ଉଭୟଙ୍କ ସମ୍ପର୍କକୁ ୧ ବର୍ଷ ହୋଇ ସାରିଛି । ବର୍ତ୍ତମାନ ଦୁହେଁ ଏକାଠି ଏହି ମୁହୂର୍ତ୍ତକୁ ଉପଭୋଗ କରୁଛନ୍ତି । ଯାହାର ଫଟୋ ସୋସିଆଲ ମିଡିଆରେ ପୋଷ୍ଟ ମଧ୍ୟ କରିଛନ୍ତି ।

 

View this post on Instagram

 

A post shared by Kimi Sharma (@kimsharmaofficial)

କିମ ଲିଆଣ୍ଡରଙ୍କ ସହ ଅନେକ ଫଟୋ ଏବଂ ଭିଡିଓ ସେୟାର କରନ୍ତି । ହେଲେ ବର୍ତ୍ତମାନ ଯେଉଁ ଫଟୋ ସେୟାର କରିଛନ୍ତି । ତାହା ଖୁବ୍‌ ଭାଇରାଲ୍‌ ହେବାରେ ଲାଗିଛି । ଏହି ଫଟୋ ଗୁଡ଼ିକୁ ସେୟାର କରି କିମ ଲେଖିଛନ୍ତି, ‘ଶୁଭ ବାର୍ଷିକୀ ଚାର୍ଲ୍ସ … ୩୬୫ ଦିନ । ସୁଖ ଏବଂ ଶିଖିବାର ଅସୀମ ମୁହୂର୍ତ୍ତ । ମୋର ହୋଇଥିବାରୁ ଧନ୍ୟବାଦ । ମୁଁ ତୁମକୁ ବହୁତ ଭଲ ପାଏ’।

 

View this post on Instagram

 

A post shared by Leander Paes (@leanderpaes)

ଏଥି ସହିତ, ଲିଆଣ୍ଡର କିମଙ୍କ ସହ ଅନେକ ରୋମାଣ୍ଟିକ ଫଟୋ ମଧ୍ୟ ସେୟାର କରି ସେ ମଧ୍ୟ ଲେଖିଥିଲେ, ‘ଶୁଭ ବାର୍ଷିକୀ … ୩୬୫ ଦିନର ସ୍ମୃତି ପାଇଁ ଏବଂ ପ୍ରତିଦିନ ଏକାଠି ଜୀବନ ଶିଖିବା ପାଇଁ ଧନ୍ୟବାଦ । ପ୍ରଥମ ଦେଖାରେ ମୁଁ ତୁମକୁ ଭଲ ପାଇ ବସିଥିଲି। କିମ୍ ଏବଂ ଲିଆଣ୍ଡର୍ ସମ୍ପର୍କ ବିଷୟରେ କାହାକୁ ଅଛପା ନାହିଁ । ଦୁହେଁ ମଧ୍ୟ ଖୋଲାଖୋଲି ଭାବେ ନିଜ ସମ୍ପର୍କ ବିଷୟରେ ପ୍ରକାଶ କରନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com