ଅନ୍ୟାନ୍ୟ

‘ଆମେ ଲୁଟେରା, ଜେଲ ପଠାଇ ଦିଅ, ନହେଲେ ପୋଲିସ ଏନକାଉଣ୍ଟର କରିବ’ : ହାତରେ ପୋଷ୍ଟର ଧରି ଦୁଇ ଦୁର୍ବୃତ୍ତଙ୍କ ଆତ୍ମସମର୍ପଣ

ନୂଆଦିଲ୍ଲୀ :  ଉତ୍ତର ପ୍ରଦେଶରେ ଯୋଗୀ ଆଦିତ୍ୟନାଥ ଦ୍ୱିତୀୟ ଥର ମୁଖ୍ୟମନ୍ତ୍ରୀ ହେଲା ପରେ ଚିନ୍ତାରେ ପଡିଛନ୍ତି ଦୁର୍ବୃତ୍ତ ଓ ଅପରାଧି । ଏନକାଉଣ୍ଟର ଭୟରେ ସେମାନେ ଆତ୍ମସମର୍ପଣ କରିବାକୁ ଧାଡି ବାନ୍ଧୁଛନ୍ତି । ଅନେକ ହାର୍ଡକୋର୍ ଆତଙ୍କବାଦୀ ମଧ୍ୟ ଏନକାଉଣ୍ଟର ଭୟରେ ସରେଣ୍ଡର କରୁଥିବା ନଜର ଆସିଛି । ଏହାମଧ୍ୟରେ ସୋମବାର ଏକ ଅଜବ ଘଟଣା ଦେଖିବାକୁ ମିଳିଛି । ଦୁଇଜଣ ଲୁଟେରା ହାତରେ ପୋଷ୍ଟର ଧରି ମୈନପୁରୀ ଏସପି ଅଫିସରେ ଆତ୍ମସମର୍ପଣ କରିଛନ୍ତି । ତେବେ ସେମାନେ ପୋଷ୍ଟରରେ ଯାହା ଲେଖିଛନ୍ତି ତାହା ଏବେ ଚର୍ଚ୍ଚାରେ ।

ସୋମବାର ସକାଳେ ମୈନପୁରୀ ଏସପି ଅଫିସରେ ଦୁଇ ଜଣ ଲୁଟେରା ପହଁଚିଥିଲେ । ସେମାନେ ହାତରେ ପୋଷ୍ଟର ଧରିଥିଲେ । ଯେଉଁଥିରେ ଲେଖାଥିଲା ଯେ, ‘ଆମେ ଲୁଟେରା, ଆମରୁ ଜେଲ ପଠାଇ ଦିଅ..ନହେଲେ ପୋଲିସ ଆମର ଏନକାଉଣ୍ଟର କରିଦେବ’ ।

ଏହି ଦୁଇ ଲୁଟେରା ମୈନପୁରୀର କିଶାନୀ ଅଞ୍ଚଳରେ ଚୋରି କରିଥିଲେ । ଏହାପରେ ସେମାନେ ଫେରାର ହୋଇଯାଇଥିଲେ । ପୋଲିସ ସେମାନଙ୍କୁ ଖୋଜୁଥିଲେ ବି ସନ୍ଧାନ ମିଳିନଥିଲା । ତେବେ ଯୋଗୀ ଦ୍ୱିତୀୟ ଥର ସରକାର ଗଠନ ପରେ ସେମାନଙ୍କୁ କାଳେ ପୋଲିସ ଏନକାଉଣ୍ଟର କରିବ, ସେ ଭୟରେ ଆତ୍ମସମର୍ପଣ କରିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com