ଜାତୀୟମନୋରଞ୍ଜନ

କେକେଙ୍କ ବିୟୋଗ ନେଇ ମେଡିକାଲ ରିପୋର୍ଟରେ ଆସିଲା ସାଂଘାତିକ ତଥ୍ୟ; ଗାୟକଙ୍କ ବିୟୋଗ ସ୍ୱାଭାବିକ ନୁହେଁ

କୋଲକାତା: ବଲିଉଡ୍‌ର ଫେମସ ଗାୟକ କୃଷ୍ଣକୁମାର କୁନ୍ନାଥ ଓରଫ କେକେଙ୍କର ଅକାଳ ବିୟୋଗକୁ ନେଇ ଅନେକ ପ୍ରଶ୍ନ ଉଠୁଥିବା ବେଳେ ଏବେ ଶବବ୍ୟବଚ୍ଛେଦ ପ୍ରାରମ୍ବିକ ରିପୋର୍ଟ ବିବାଦକୁ ଆହୁରି ବଢ଼ାଇ ଦେଇଛି। ରିପୋର୍ଟରେ କେକେଙ୍କର ମୃତ୍ୟୁ ପ୍ରାକୃତିକ ନୁହେଁ(ଅନ୍ ନ୍ୟାଚୁରାଲ ଡେଥ୍) ବୋଲି କୁହାଯାଇଛି।

ଏହା ପୂର୍ବରୁ ଗାୟକଙ୍କ ମୃତ୍ୟୁରେ କୋଲକାତା ପୁଲିସ ମଧ୍ୟ ଅପ୍ରାକୃତିକ ମୃତ୍ୟୁ ନେଇ ମାମଲା ରୁଜୁ କରିଛି। ତାଙ୍କ ମୁଣ୍ଡ ଓ ମୁହଁରେ ଆଘାତ ଲାଗିଥିବା ସୂଚନା ମିଳିଛି। ତେବେ ପ୍ରାରମ୍ଭିକ ମେଡିକାଲ ରିପୋର୍ଟରେ କେବଳ ଅପ୍ରାକୃତିକ ମୃତ୍ୟୁ ଲେଖାଯାଇଥିବା ବେଳେ ଅନ୍ୟ କୌଣସି କାରଣ ଦର୍ଶାଯାଇ ନାହିଁ। ୭୨ ଘଣ୍ଟା ପରେ ସମ୍ପୂର୍ଣ୍ଣ ଅଟୋସ୍ପି ରିପୋର୍ଟ ଆସିବ ବୋଲି ସୂଚନା ମିଳିଛି।

ଏପଟେ କୋଲକାତାର ରବୀନ୍ଦ୍ର ସଦନରେ kkଙ୍କୁ ତୋପ ସଲାମୀ ଦେଇଛନ୍ତି ପଶ୍ଚିମବଙ୍ଗ ସରକାର।। ଏହି ଅବସରରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଉପସ୍ଥିତ ଥିଲେ। ଆସନ୍ତାକାଲି କେକେଙ୍କର ଶେଷକୃତ୍ୟୁ ସମ୍ପନ୍ନ ହେବ ବୋଲି ସୂଚନା ମିଳିଛି।

Related Articles

Back to top button
WP Twitter Auto Publish Powered By : XYZScripts.com