ଓଡ଼ିଶା

କବିସୂର୍ଯ୍ୟନଗର ଠାରେ ସିପିଆଇ ପକ୍ଷରୁ ଆଞ୍ଚଳିକ ସମ୍ମିଳନୀ ଅନୁଷ୍ଠିତ

କବିସୂର୍ଯ୍ୟନଗର, ୨୩/୦୮/୨୦୨୨-   ସିପିଆଇ ପକ୍ଷରୁ ଆଞ୍ଚଳିକ ସମ୍ମିଳନୀ ଗଞ୍ଜାମ ଜିଲ୍ଲା କାର୍ଯ୍ୟ କାରିଣୀ ସଭ୍ୟ ସାଥି ପ୍ରବୀଣ କୁମର ଦାଶଙ୍କ ନେତୃତ୍ୱରେ କବିସୂର୍ଯ୍ୟନଗର ବନଦେବୀ ମନ୍ଦିର କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି l  ଉକ୍ତ ସମିଳନୀରେ ଜିଲ୍ଲା ସହ ସମ୍ପାଦକ ନୀଳକଣ୍ଠ ଦାଶ ଯୋଗ ଦେଇଥିବାବେଳେ ଯୁବ ନେତା ଗୁରୁନାଥ ପ୍ରଧାନ ଯୋଗ ଉପସ୍ଥିତ ଥିଲେ l ଅନ୍ୟମାନଙ୍କ ମଧ୍ୟରେ ମୁରାଜି ନାୟକ, କବିରାଜ ଗଉଡ଼, ମଜୀତ ଖାନ, ରଜନୀ ନାହାକ,  ଦୁର୍ଗା ପ୍ରସାଦ ତ୍ରିପାଠୀ, କୁମର ବିଶୋଇ, ମନମଥ ଦାଶ, ବାଉରୀ ବନ୍ଧୁ ବେହେରା ପ୍ରମୁଖ ଯୋଗ ଦେଇଥିଲେ l ଏହି ସମ୍ମିଳନୀରେ ସେପ୍ଟେମ୍ବର ୩,୪ ରେ ହେଉଥିବା ଗଞ୍ଜାମ ଜିଲ୍ଲା ସମିଳନୀ ପାଇଁ ପ୍ରତନିଧି ଚୟନ କରାଯିବା ସହ ଆଗାମୀ ଦିନରେ ଆନ୍ଦୋଳନ ପାଇଁ ନିଷ୍ପତି ଗ୍ରହଣ କରାଯାଇଥିଲା l

Related Articles

Back to top button
WP Twitter Auto Publish Powered By : XYZScripts.com