ଓଡ଼ିଶା

୧୪ ଦିନରେ ୧୨ ଥର ବଢିଲାଣି ଦର : ମୁମ୍ବାଇରେ ପେଟ୍ରୋଲ ୧୧୮ଟଙ୍କା ୮୩ ପଇସା

ଭୁବନେଶ୍ୱର : ୧୪ ଦିନ ମଧ୍ୟରେ ୧୨ ଥର ବଢିଲାଣି ତେଲ ଦର । ସୋମବାର ଭୁବନେଶ୍ୱରରେ ପେଟ୍ରୋଲ ଦର ୧୧୦ ଟଙ୍କା ୯୬ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା ପଇସା ବଢ଼ି ୧୦୦ ଟଙ୍କା ୬୫ ପଇସା ରହିଛି। ସେପଟେ ମାଲକାନଗିରିରେ ପେଟ୍ରୋଲ ଦର ୧୧୬ ଟଙ୍କା ଟପିଛି । ରାଜ୍ୟର ବହୁ ସ୍ଥାନରେ ପେଟ୍ରୋଲ ପମ୍ପରେ ପେଟ୍ରୋଲ ମିଳୁନାହିଁ । କଳାହାଣ୍ଡି ଜିଲ୍ଲାରେ ପେଟ୍ରୋଲ-ଡିଜେଲ ଆଦୌ ମିଳୁନଥିବା ବେଳେ ଯେଉଁଠି ବି ମିଳୁଛି ତେଲ ପକାଇବାକୁ ସେଠାରେ ଲମ୍ବା ଲାଇନ୍ ଦେଖିବାକୁ ମିଳୁଛି । ସେହିପରି ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୧୦୨ ଟଙ୍କା ୬୧ ପଇସା ଓ ଡିଜେଲ ଦର ୯୩ ଟଙ୍କା ୮୭ ପଇସା ହୋଇଛି। ମୁମ୍ବାଇରେ ପେଟ୍ରୋଲ ଲିଟର ପିଛା ୧୧୭ ଟଙ୍କା ୫୭ ପଇସା ହୋଇଥିବା ବେଳେ ଡିଜେଲ ଲିଟର ପିଛା ୧୦୦ ଟଙ୍କା ୭୯ ପଇସା ରହିଛି । କୋଲକାତାରେ ପେଟ୍ରୋଲ ଦର ୧୧୨ଟଙ୍କା୧୯ ପଇସା ଥିବାବେଳେ ଡିଜେଲ ଦର ୯୭ ଟଙ୍କା ୦୨ ପଇସା ରହିଛି। ଚେନ୍ନାଇରେ ପେଟ୍ରୋଲ ଦର ୧୦୮ ଟଙ୍କା ୨୧ ପଇସା ଥିବା ବେଳେ ଡିଜେଲ ଦାମ ୯୮ ଟଙ୍କା ୨୮ ପଇସା ରହିଛି।

Related Articles

Back to top button
WP Twitter Auto Publish Powered By : XYZScripts.com