ଓଡ଼ିଶା

ବସ୍ତା ଥାନା ଅଞ୍ଚଳରେ ନିର୍ବାଚନୀ ହିଂସା : କର୍ମୀଙ୍କ ମଧ୍ୟରେ ଗଣ୍ଡଗୋଳ, ୩ ଆହତ

ଜଳେଶ୍ବର() ବାଲେଶ୍ବର ଜିଲ୍ଲା ବସ୍ତା ଥାନା ବ୍ରାହ୍ମଣଦାରେ ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି । ପୋଷ୍ଟର ଚିରାକୁ କେନ୍ଦ୍ରକରି ତିନି ପ୍ରମୁଖ ରାଜନୈତିକ ଦଳର କର୍ମୀଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଛି । ଫଳରେ ଜଣେ ଗୁରୁତର ହୋଇଥିବା ବେଳେ ୩ ଜଣ ଆହତ ହୋଇଛନ୍ତି । ଗୁରୁତରଙ୍କୁ ବସ୍ତା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ସୂଚନାଯୋଗ୍ୟ ଯେ, ରବିବାର ଗୋଟିଏ ଦଳ ସମର୍ଥିତ ପ୍ରାର୍ଥୀଙ୍କ ପୋଷ୍ଟର ଅନ୍ୟ ଦୁଇ ଦଳର କର୍ମୀ ଛିଣ୍ଡାଇ ଥିବା ନେଇ ସମର୍ଥକ ଅଭିଯୋଗ କରିଥିଲେ । ଫଳରେ କର୍ମୀଙ୍କ ସହିତ ପାଟିତୁଣ୍ଡ ହୋଇଥିଲା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା କରିଥିଲା । ମାତ୍ର ଏହାକୁ କେନ୍ଦ୍ରକରି ସନ୍ଧ୍ୟାରେ ପୁଣି ତିନି ଦଳର ସମର୍ଥକଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା ।ଏହି ଗଣ୍ଡଗୋଳରେ ପ୍ରତିପକ୍ଷଙ୍କ କଟୁରୀ ଚୋଟରେ ସେହି ଗ୍ରାମର ବସନ୍ତ ପରିଡ଼ା ନାମକ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି । ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ବସ୍ତା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com