ଅନ୍ତର୍ଜାତୀୟଜାତୀୟ

ବର୍ଷ ବର୍ଷ ଧରି ଚାଲିବ ଋଷ-ୟୁକ୍ରେନ ଯୁଦ୍ଧ : ଚେତାଇଲେ ନାଟୋ ମୁଖ୍ୟ

ନୂଆଦିଲ୍ଲୀ: ରୁଷ ଓ ୟୁକ୍ରେନ୍‌ ମଧ୍ୟରେ ଆଜକୁ ୧୧୭ ଦିନ ହେଲା ଯୁଦ୍ଧ ଲାଗିରହିଛି । ଏହା ଥମିବା ନାଁ ଧରୁନାହିଁ । ପୂର୍ବ ୟୁକ୍ରେନ୍‌ରେ ଏବେ ଯୁଦ୍ଧ ଲାଗିରହିଛି । ଏଭଳି ସ୍ଥିତିରେ ନାଟୋ ମୁଖ୍ୟ ଜେନ୍‌ସ ଷ୍ଟୋଲ୍‌ଟେନ୍‌ବର୍ଗ ବଡ଼ ସତର୍କବାଣୀ କରିଛନ୍ତି । ସେ କହିଛନ୍ତି, ଏହି ଯୁଦ୍ଧ ସହଜେ ଥମିବ ନାହିଁ । ବରଂ ବର୍ଷ ବର୍ଷ ଧରି ଲାଗିରହିବ । ଏଥିପାଇଁ ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକ ଯୁଦ୍ଧରେ ୟୁକ୍ରେନ୍‌କୁ ସହାୟତା ଯୋଗାଇବା ଲାଗି ପ୍ରସ୍ତୁତ ହେବା ଉଚିତ ।

ଷ୍ଟୋଲଟେନବର୍ଗ କହିଛନ୍ତି, ରୁଷ ଓ ୟୁକ୍ରେନ୍‌ ମଧ୍ୟରେ ଅଧିକ ଦିନ ଧରି ଯୁଦ୍ଧ ଲାଗିରହିଲେ ଏହା ବେଶ୍‌ ମହଙ୍ଗା ପଡ଼ିବ । ଅନେକ ସମସ୍ୟା ଉପୁଜିବ । କିନ୍ତୁ ରୁଷକୁ ଯଦି ଏହି ଯୁଦ୍ଧ ଜିତିବାକୁ ଦିଆଯାଏ, ତା’ହେଲେ ଆହୁରି ଅଧିକ ଖରାପ ପରିସ୍ଥିତି ଦେଖାଦେବ । ତେଣୁ ୟୁକ୍ରେନ୍‌କୁ ସମର୍ଥନ ପାଇଁ ପାଶ୍ଚାତ୍ୟ ଦେଶଗୁଡ଼ିକ ଆଗଭର ହେବା ଜରୁରି । ଏହା ପୂର୍ବରୁ ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ବୋରିସ ଜନସନ ଶନିବାର କିଏଭ୍‌ ଗସ୍ତ କରି ୟୁକ୍ରେନ୍‌କୁ ଅଧିକ ସହାୟତା ଯୋଗାଇବାକୁ ପ୍ରତିଶ୍ରୁତି ଦେଇଥିଲେ ।

ଉଭୟ ଷ୍ଟୋଲଟେନବର୍ଗ ଓ ଜନ୍‌ସନ ୟୁକ୍ରେନ୍‌କୁ ଜିତାଇବା ପାଇଁ ଅଧିକ ଅସ୍ତ୍ରଶସ୍ତ୍ର ଯୋଗାଇବା ଉପରେ ଗୁରୁତ୍ୱାରୋପ କରିଛନ୍ତି । ଏକ ସାକ୍ଷତକାରରେ ନାଟୋ ମୁଖ୍ୟ କହିଛନ୍ତି, ଯୁଦ୍ଧ ଯୋଗୁ ଖାଦ୍ୟ ଓ ଶକ୍ତି ସଂକଟ ଦେଖାଦେଇଛି । ଏଥିପାଇଁ ବହୁ ମୂଲ୍ୟ ଦେବାକୁ ପଡୁଛି । ତଥାପି ଏହାକୁ ଜାରି ରଖିବାକୁ ହେବ । ରୁଷ କୌଣସିମତେ ଜିତିବା ଉଚିତ ନୁହେଁ । ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକ ଅଧିକରୁ ଅଧିକ ଆଧୁନିକ ଅସ୍ତ୍ରଶସ୍ତ୍ର ଯୋଗାଇଲେ ୟୁକ୍ରେନ୍‌ ଜିତିବା ସମ୍ଭାବନା ଦେଖାଦେଇପାରେ ।

Related Articles

Back to top button
WP Twitter Auto Publish Powered By : XYZScripts.com