କ୍ରୀଡ଼ା

ବିଜୟୀ ଦଳକୁ ୧ କୋଟି ଟଙ୍କା ପୁରସ୍କାର ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୫ା୯  ଅଲ୍ଟିମେଟ୍‌ ଖୋ ଖୋ ଲିଗ୍‌ ଜିତି ଇତିହାସ ସୃଷ୍ଟି କରିଥିବା ଓଡ଼ିଶା ଜଗରନଟ୍ସ ଦଳକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଭିନନ୍ଦନ ଜଣାଇଛନ୍ତି । ଏଥିସହିତ ସଫଳତା ହାସଲ କରିଥିବାରୁ ବିଜୟୀ ଦଳ ପାଇଁ ସେ ୧ କୋଟି ଟଙ୍କା ଆର୍ଥିକ ପୁରସ୍କାର ଘୋଷଣା କରିଛନ୍ତି । ଜଗରନଟ୍ସ ଆଗକୁ ଭଲ ପ୍ରଦର୍ଶନ ଜାରି ରଖି ରାଜ୍ୟ ପାଇଁ ଗର୍ବ ଓ ଗୌରବ ଆଣିବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି । ସୂଚନାଯୋଗ୍ୟ, ଭିଡିଓ କନଫରେନ୍ସ ଜରିଆରେ କୋଚ୍‌ ଓ ଖେଳାଳିଙ୍କ ସହ ମୁଖ୍ୟମନ୍ତ୍ରୀ ଶନିବାର ବାର୍ତ୍ତାଳାପ କରିଥିଲେ । ରବିବାର ଫାଇନାଲରେ ଦଳର ଭଲ ପ୍ରଦର୍ଶନ ନେଇ ସେ ଶୁଭକାମନା କରି ସେମାନଙ୍କୁ ଉତ୍ସାହିତ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ସହ ମୁଖ୍ୟ କୋଚ୍‌ ଅଶ୍ୱିନ କୁମାର ଶର୍ମା, ସହ ଅଧିନାୟକ ଦୀପେଶ ବିଜୟ ମୋରେ ଓ ଖେଳାଳି ଜଗନ୍ନାଥ ମୁର୍ମୁଙ୍କ ସହ କଥା ହୋଇଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com