Breaking NewsFeaturedଅନ୍ତର୍ଜାତୀୟକ୍ରୀଡ଼ାଜାତୀୟ

ଅଶ୍ୱିନୀଙ୍କ ରେକର୍ଡ: ଅନ୍ତର୍ଜାତୀୟ କ୍ରିକେଟରେ ନେଲେ ୭୦୦ ୱିକେଟ୍‌

ଅନିଲ କୁମ୍ବଲେ ଓ ହରଭଜନ ସିଂହଙ୍କ ପରେ ତୃତୀୟ ଭାରତୀୟ

ମୋବାଇଲ୍‌ ନ୍ୟୁଜ୍‌ ବ୍ୟୁରୋ: ଅନ୍ତର୍ଜାତୀୟ କ୍ରିକେଟରେ ରବିଚନ୍ଦ୍ରନ ଅଶ୍ୱିନୀଙ୍କ ରେକର୍ଡ । ଅନିଲ କୁମ୍ବଲେ ଏବଂ ହରଭଜନ ସିଂହଙ୍କ ପରେ ତୃତୀୟ ଭାରତୀୟ ଭାବେ ୭୦୦ ୱିକେଟ୍ ନେବାର ସଫଳତା ହାସଲ କରିଛନ୍ତି ଅଶ୍ୱିନୀ । ଏହା ସହ ଭାରତୀୟ କ୍ରିକେଟର ସବୁଠୁ ଅଧିକ ୱିକେଟ ନେବା ତାଲିକାର ତୃତୀୟ ସ୍ଥାନରେ ସେ ରହିଛନ୍ତି ।

ଡୋମିନିକାରେ ଆରମ୍ଭ ହୋଇଥିବା ପ୍ରଥମ ଟେଷ୍ଟରେ ଭାରତୀୟ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନୀ ଏହି ମାଇଲଷ୍ଟୋନ ଅତିକ୍ରମ କରିଛନ୍ତି । ବୁଧବାର ଖେଳାଯାଇଥିବା ପ୍ରଥମ ଟେଷ୍ଟରେ ୱେଷ୍ଟଇଣ୍ଡିଜ ପ୍ରଥମେ ବ୍ୟାଟିଂ କରି ୧୫୦ ରନରେ ଅଲଆଉଟ ହୋଇଥିଲା । ଯେଉଁଥିରେ ଅଶ୍ୱିନୀ ଜବରଦସ୍ତ ଖେଳ ପ୍ରଦର୍ଶନ କରି ୫ ୱିକେଟ୍ ନେଇ ସ୍ପିନ ଜାଲରେ ୱେଷ୍ଟଇଣ୍ଡିଜ ବ୍ୟାଟରଙ୍କୁ ଫସେଇ ଦେଇଥିଲେ । ଏହା ଥିଲା ଅଶ୍ୱିନୀଙ୍କ ଟେଷ୍ଟ କ୍ୟାରିୟରର ୩୩ତମ ୫ଟି ୱିକେଟ୍ ନେବାର ସଫଳତା। ସେହିପରି ରବିନ୍ଦ୍ର ଜାଡେଜା ୩ଟି ୱିକେଟ ନେଇଥିବା ବେଳେ ବାଦ ଶାର୍ଦ୍ଦୁଲ ଠାକୁର ଏବଂ ମହମ୍ମଦ ସିରାଜ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ । ଏହି ୫ ୱିକେଟ୍ ନେଇ ଅଶ୍ୱିନୀ ନିଜ ନାମରେ ଖାସ ରେକର୍ଡ କରିଛନ୍ତି ।

ୱେଷ୍ଟଇଣ୍ଡିଜ ଏବଂ ଭାରତ ମଧ୍ୟରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ ଏବଂ ପ୍ରଥମ ଇନିଂସରେ ଅଶ୍ୱିନୀ ପ୍ରଥମେ ଚନ୍ଦରପାଲଙ୍କୁ ଆଉଟ କରିଥିଲେ । ଚନ୍ଦରପାଲଙ୍କୁ ଆଉଟ କରି ଅଶ୍ୱିନୀ ବିଶ୍ୱର ପଞ୍ଚମ ବୋଲର ଭାବେ ଉଭୟ ବାପପୁଅଙ୍କୁ ଆଉଟ କରିବାର ବିରଳ ରେକର୍ଡ କରିଛନ୍ତି । ଏହା ସହ ସେ ପ୍ରଥମ ଭାରତୀୟ ବୋଲର ଭାବେ ଏହି ସଫଳତା ହାସଲ କରିଛନ୍ତି । ତେବେ ଭାରତୀୟ ସ୍ପିନର ଅଶ୍ୱିନୀ ୨୦୧୧ରେ ଟେଷ୍ଟ ମ୍ୟାଚରେ ଡେବ୍ୟୁ କରିଥିଲେ । ଏହି ମ୍ୟାଚରେ ୧୨ ବର୍ଷ ପୂର୍ବେ ସେ ତେଜନାରାୟଣ ଚନ୍ଦ୍ରପାଲଙ୍କ ବାପା ତଥା ୱେଷ୍ଟଇଣ୍ଡିଜର ପୂର୍ବତନ ଅଧିନାୟକ ଶିବନାରିନ ଚନ୍ଦ୍ରପାଲଙ୍କୁ ଆଉଟ କରିଥିଲେ । ଆଉ ଏବେ ତେଜନାରାୟଣ ଚନ୍ଦ୍ରରପାଲଙ୍କୁ ଆଉଟ କରି ବାପା ପୁଅଙ୍କ ଓି୍ୱକେଟ ନେବାରେ ସେ ବିଶ୍ୱରେ ପଞ୍ଚମ ଏବଂ ଭାରତର ପ୍ରଥମ ବୋଲର ଭାବେ ସଫଳତା ପାଇଛନ୍ତି । ବିଶ୍ୱରେ ଅଶ୍ୱିନୀଙ୍କ ପୂର୍ବରୁ ଇଂଲଣ୍ଡର ଇଆନବେଥାମ ଓ ପାକିସ୍ତାନର ୱାସିମ ଆକ୍ରମ ଉଭୟ ନ୍ୟୁଜିଲାଣ୍ଡର ବାପା ପୁଅ ଲାନ୍ସ ଓ କ୍ରିସ କେନ୍ନସଙ୍କୁ ଆଉଟ କରିଥିଲେ । ସେହିପରି ଅଷ୍ଟ୍ରେଲିଆର ମିଚେଲ ଷ୍ଟାର୍କ ଓ ଦକ୍ଷିଣ ଆଫ୍ରିକାର ସାଇମନ ହାର୍ମର ଇଣ୍ଡିଜ ଚନ୍ଦ୍ରରପାଲ ବାପା ପୁଅଙ୍କୁ ଆଉଟ କରିଥିଲେ ।

 

Related Articles

Back to top button
WP Twitter Auto Publish Powered By : XYZScripts.com