କ୍ରୀଡ଼ା

IPL 2022 Schedule: ଆଇପିଏଲ ୨୦୨୨ର କ୍ରାଡାସୂଚୀ ଜାରି, ମାର୍ଚ୍ଚ ୨୬ରେ ସିଏସକେ ବନାମ କେକେଆର ପ୍ରଥମ ମୁକାବିଲା

ନୂଆଦିଲ୍ଲୀ() ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ)-୨୦୧୯ର କ୍ରୀଡାସୂଚୀ  ଜାରି ହୋଇଛି। ମାର୍ଚ୍ଚ ୨୬ରେ ପ୍ରଥମ ମ୍ୟାଚ୍‌ରେ ମୁହାଁମୁହିଁ ହେବେ ଡିଫେଣ୍ଡିଂ ଚାମ୍ପିଅନ ଚେନ୍ନାଇ ସୁପରକିଙ୍ଗ୍ସ ଏବଂ ରନର୍ସଅପ୍ କୋଲକାତା ନାଇଟ୍ ରାଇଡର୍ସ। ଏହି ମ୍ୟାଚ୍ ମୁମ୍ବାଇର ଓ୍ଵାଙ୍ଖେଡେ ଷ୍ଟାଡିୟମରେ ସନ୍ଧ୍ୟା ୭ଟା୩୦ରୁ ଖେଳାଯିବ। ଶେଷ ଲିଗ୍‌ ମ୍ୟାଚ୍ ମେ ୨୨ରେ ଓ୍ଵାଙ୍ଖେଡେ ଷ୍ଟାଡିୟମରେ ସନରାଇଜର୍ସ ହାଇଦ୍ରାବାଦ ଓ ପଞ୍ଜାବ କିଙ୍ଗ୍ସ ମଧ୍ୟରେ ଖେଳାଯିବ। ଏଥର ଆଇପିଏଲ ୧୦ଟି ଦଳକୁ ନେଇ ମୋଟ୍ ୭୪ଟି ମ୍ୟାଚ୍ ଖେଳାଯିବ। ଏଥିରୁ ୭୦ ଲିଗ୍ ମ୍ୟାଚ୍ ରହିଛି। ୧୦ଟି ଦଳକୁ ଦୁଇଟି ଗ୍ରୁପରେ ବିଭକ୍ତ କରାଯାଇଛି। ଫାଇନାଲ୍ ମ୍ୟାଚ୍ ମେ ୨୨ରେ ଖେଳାଯିବ।

ଆଇପିଏଲ ୨୦୨୨ରେ ୧୦ ଦଳକୁ ଦୁଇଟି ଗ୍ରୁପ ବଣ୍ଟା ଯାଇଛି। ଏଥିରେ  ପ୍ଲେ ଅଫ ଏବଂ ଫାଇନାଲ୍ ମଧ୍ୟ ସାମିଲ୍। ପ୍ରତି ଦଳ ନିଜ ଗ୍ରୁପରେ ଥିବା ଦଳ ସହିତ ଦୁଇଟି ଲେଖାଏଁ ମ୍ୟାଚ୍ ଖେଳିବ। ଏହା ବାଦ୍ ଦ୍ଵିତୀୟ ଗ୍ରୁପରେ ବାକି ଦଳ ସହିତ ଗୋଟିଏ ଲେଖାଏଁ ମ୍ୟାଚ୍ ଖେଳିବ।

ଉଦାହରଣ ସ୍ଵରୂପ ଗ୍ରୁପ ଏରେ ମୁମ୍ଵାଇ ଇଣ୍ଡିଆନ୍ସ ଦଳ KKR, RR, DC, LSG ବିରୋଧରେ ୨ଟି ଲେଖାଏଁ ମ୍ୟାଚ୍ ଖେଳିବ। ଏହା ପରେ ମୁମ୍ବାଇ ସିଏସକେ ବିରୋଧରେ ୨ଟି ମ୍ୟାଚ୍ ଏବଂ ଗ୍ରୁପ ବିରେ ଅନ୍ୟ ୪ ଦଳ ସହିତ ଗୋଟିଏ ଲେଖାଏଁ ମ୍ୟାଚ୍ ଖେଳିବ।

ସେହି ପରି ଗ୍ରୁପ ବିରେ ଆରସିବି ଦଳ CSK, SRH, PBKS ଏବଂ GT ବିରୋଧରେ ୨ଟି ଲେଖାଏଁ ମ୍ୟାଚ୍ ଖେଳିବ। ଆରସିବି ଗ୍ରୁପ ଏରେ ରାଜସ୍ଥାନ ରୟାଲ୍ସ ବିପକ୍ଷରେ ଦୁଇଟି ଏବଂ ଅନ୍ୟ ୪ ଦଳ ସହିତ ଗୋଟିଏ ଲେଖାଏଁ ମ୍ୟାଚ୍ ଖେଳିବ।

ଏହି ପରି ୧୦ଟି ଦଳ ମୋଟ୍ ୧୪ ଲିଗ୍ ମ୍ୟାଚ୍ ଖେଳିବେ। ସାତୋଟି ମ୍ୟାଚ୍ ଘରୋଇ ଏବଂ ସାତୋଟି ବାହାରେ ଖେଳିବେ। ୭୦ଟି ଲିଗ୍ ପରେ ୪ ପ୍ଲେଅଫ ମ୍ୟାଚ୍ ଖେଳାଯିବ। ସମସ୍ତ ଦଳ ଓ୍ଵାଙ୍ଖେଡେ ଷ୍ଟାଡିୟମ ଏବଂ ଡିଓ୍ଵାଇ ପାଟିଲ୍ ଷ୍ଟାଡିୟମରେ ୪-୪ ମ୍ୟାଚ୍ ଖେଳିବେ। ବ୍ରାବୋର୍ଣ୍ଣ ଷ୍ଟାଡିୟମ ଏବଂ ଏମସିଏ ଅନ୍ତର୍ଜାତୀୟ ଷ୍ଟାଡିୟମ, ପୁଣେରେ ୩-୩ ମ୍ୟାଚ୍ ଖେଳାଯିବ। ୨୦୨୨ ମାର୍ଚ୍ଚ ୨୬ରୁ ଆଇପିଏଲ ୨୦୨୨ ଆରମ୍ଭ ହେବ ଏବଂ ଫାଇନାଲ୍ ମୁକାବିଲା ମେ ୨୯ରେ ଖେଳାଯିବ। ପ୍ଲେଅଫ ମ୍ୟାଚ୍‌ର ସ୍ଥାନ ପରେ ସ୍ଥିର କରାଯିବ।

Related Articles

Back to top button
WP Twitter Auto Publish Powered By : XYZScripts.com