ଭାଇରାଲ୍ ଭିଡିଓ

ସୋନିଆ ଖୋଜୁଥିଲେ ବୋହୂ, ରାହୁଲଙ୍କ ଲାଗି ଝିଅ ରେଡି

ରାଜନୀତିକୁ ନେଇ ଯେମିତି ଚର୍ଚ୍ଚାରେ ରାହୁଲ ଗାନ୍ଧି, ତାଙ୍କ ବିବାହକୁ ନେଇ ସେମିତି ମଝିରେ ମଝିରେ ଆଲୋଚନା ଜୋର୍ ଧରିଥାଏ । ବିରୋଧୀଙ୍କ ପାଟନାରେ ପ୍ରଥମ ବୈଠକ ପରେ ଆରଜେଡି ମୁଖିଆ ଲାଲୁ ପ୍ରସାଦ ଯାଦବ ରାହୁଲଙ୍କୁ ଦେଇଥିଲେ ବିବାହ କରିବାକୁ ପରାମର୍ଶ । କହିଥିଲେ ଦାଢ଼ି ଟ୍ରିମ୍ କରି ଏଥର ବିବାହ କର, ଆମେ ସବୁ ବରଯାତ୍ରୀରେ ଯିବୁ । ଏକଥାକୁ ନେଇ ଆମ ଜଟଣୀ ବିଧାୟକ ସୁର ରାଉତରାୟ ବି ଏକଦମ୍ ଖୁସି ହୋଇଥିଲେ । ଶୁଣନ୍ତୁ କଣ କହିଥିଲେ ସୁରବାବୁ:
(ସୁର ବାଇଟ୍‌)

ତେବେ ଏତିକିରେ ଅଟକି ନଥିଲା ରାହୁଲଙ୍କ ବିବାହକୁ ନେଇ ଚର୍ଚ୍ଚା । ହଠାତ୍ ଦିନେ ରାହୁଲ ଏକ ଗ୍ୟାରେଜ୍‌ରେ ପହଞ୍ଚି ମେକାନିକ୍ ମାନଙ୍କ ସହ ବନ୍ଧୁତ୍ୱପୂର୍ଣ୍ଣ କଥାବାର୍ତ୍ତା ହୋଇଥିଲେ । ଆଉ ନିଜେ ଗାଡ଼ି ସଜାଡ଼ିବାରେ ଲାଗିପଡ଼ିଥିଲେ । ସେତେବେଳେ ଜଣେ ମେକାନିକ୍ ରାହୁଲଙ୍କୁ ପଚାରିଥିଲେ କେବେ ବିବାହ କରିବେ? ରାହୁଲ ହସି ହସି କହିଥିଲେ- ଖୁବ୍ ଶୀଘ୍ର ।

ଠିକ୍ ସେହିପରି ହରିୟାଣା-ସୋନିପତର ଚାଷୀ ଭଉଣୀମାନେ ରାହୁଲଙ୍କ ପରିବାର ସହ ଦିଲ୍ଲୀରେ ବେଶ୍ ସମୟ ବିତାଇଥିଲେ । ସେଇଠି ମଧ୍ୟ ଜଣେ ଚାଷୀ ମା’ ରାହୁଲଙ୍କ ବିବାହ କଥା ଉଠାଇଥିଲେ । ଆଉ ସେତିକି ବେଳେ ଜଣାପଡ଼ିଥିଲା ଯେ ସୋନିଆ ମଧ୍ୟ ରାହୁଲଙ୍କ ପାଇଁ ଉପଯୁକ୍ତ ପାତ୍ରୀ ଅର୍ଥାତ୍ ନିଜର ବୋହୂଟିଏ ଖୋଜୁଛନ୍ତି । ଚାଷୀ ମା’ଙ୍କୁ ସୋନିଆ କହିଥିଲେ ଯେ ରାହୁଲ ପାଇଁ ଝିଅଟେ ଦେଖୁନ…

ହଁ, ଦର୍ଶକ ବନ୍ଧୁ, ଏବେ ରାହୁଲଙ୍କ ପାଇଁ ଝିଅ ରେଡି ହୋଇଗଲେଣି । ଅର୍ଥାତ୍ ସୋନିଆଙ୍କୁ ମିଳିଯିବ ମନଲାଖି ବୋହୂଟିଏ ଆଉ ପ୍ରିୟଙ୍କାକୁ ଭାଉଜ ରାଣୀ । ସବୁଠାରୁ ବଡ଼ କଥା ହେଉଛି ରାହୁଲଙ୍କ କନିଆ ସାଜିବାକୁ ନିଜେ ଜଣେ ଝିଅ ହିଁ ପ୍ରସ୍ତାବ ଦେଇଛନ୍ତି । ତେବେ ସେ ସାଧାରଣ ଝିଅ ନୁହନ୍ତି, ବରଂ ବଲିଉଡର ଜଣେ ଚର୍ଚ୍ଚିତ ଅଭିନେତ୍ରୀ । ସେ ହେଉଛନ୍ତି ଅଭିନେତ୍ରୀ ସର୍ଲିନ୍ ଚୋପ୍ରା । ରାହୁଲଙ୍କୁ ସେ ବିବାହ କରିବା ପାଇଁ ରାଜି ଅଛନ୍ତି ବୋଲି କହିଛନ୍ତି । ବିଭିନ୍ନ କାରଣରୁ ଚର୍ଚ୍ଚା ଓ ବିବାଦରେ ରହିଆସିଥିବା ସର୍ଲିନ୍ ନିଜ ମନ୍ତବ୍ୟକୁ ନେଇ ଚର୍ଚ୍ଚାର ପରିସରକୁ ଆସିଛନ୍ତି । ଏବେ ରାହୁଲଙ୍କୁ ବିିବାହ କରିବା ପାଇଁ ବୟାନ ଦେଇ ପୁଣି ଆଲୋଚନାର ପରିସରକୁ ଆସିଛନ୍ତି ।

ସର୍ଲିନ କହିଛନ୍ତି ଯେ, ସେ ରାହୁଲ ଗାନ୍ଧିଙ୍କୁ ବିବାହ କରିପାରିବେ । ତେବେ ଏନେଇ ସେ ଏକ ସର୍ତ୍ତ ବି ରଖିଛନ୍ତି । ଯାହା ଜାଣିଲେ ଆପଣମାନେ ଆଶ୍ଚର୍ଯ୍ୟ ହୋଇଯିବେ । ସେ ତାଙ୍କ ବିବାହ ପରେ ତାଙ୍କର ସରେନମ୍ ଚୋପ୍ରା ହିଁ ରଖିବାକୁ ଚାହାଁନ୍ତି ବୋଲି କହିଛନ୍ତି । ସର୍ଲିନଙ୍କ ଏହି ଭିଡିଓ ସାମ୍ନାକୁ ଆସିବା ପରେ ଚର୍ଚ୍ଚା ଜୋର୍ ଧରିଛି । ଅନ୍ୟ ଅଭିନେତ୍ରୀମାନେ ସର୍ଲିନଙ୍କର ଏହି ଭିଡିଓକୁ ପସନ୍ଦ କରୁଛନ୍ତି ଏବଂ ବଢ଼ିଆ ବଢ଼ିଆ କମେଣ୍ଟ ମଧ୍ୟ ଦେଉଛନ୍ତି । ସେହିପରି ୟୁଜର୍ସମାନେ ମଧ୍ୟ ଭିନ୍ନ ଭିନ୍ନ ମତ ଦେଉଛନ୍ତି । ଜଣେ ୟୁଜର୍ସ ଲେଖିଛନ୍ତି ଯେ ରାହୁଲ ଗାନ୍ଧିଙ୍କ ଜୀବନ ନଷ୍ଟ କରିବା ଉଚିତ୍ ନୁହେଁ । ଆଉ ଜଣେ ଲେଖିଛନ୍ତି ରାହୁଲ ତୁମ ସହ କେବେ ବି ବିବାହ କରିବେ ନାହିଁ । ସର୍ଲିନଙ୍କର ଏହି ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି । କିନ୍ତୁ ଏନେଇ ଗାନ୍ଧି ପରିବାରରୁ କେହି କୌଣସି ପ୍ରତିକ୍ରିୟା ଦେଇନାହାନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com