ଅନ୍ତର୍ଜାତୀୟଜାତୀୟ

ବିଶ୍ୱର ବଡ଼ ମାଲବାହୀ ବିମାନକୁ ବୋମାରେ ଉଡ଼ାଇଲା ଋଷ; ରକେଟ ଓ ବୋମା ବର୍ଷଣରେ ସମ୍ପୂର୍ଣ୍ଣ ନଷ୍ଟ ହେଲା ୟୁକ୍ରେନ ବିମାନ ବନ୍ଦର

ନୂଆଦିଲ୍ଲୀ() ବୋମା ଆଉ ରକେଟ୍‌ ମାଡ଼ରେ ସୁନ୍ଦର ଦେଶ ୟୁକ୍ରେନ୍‌କୁ ଶ୍ରୀହୀନ କରିସାରିଲାଣି ଋଷ। ତୈଳ ଡିପୋ ଠାରୁ ଆରମ୍ଭ କରି ବଡ଼ ବ୍ୟବସାୟିକ ପ୍ରତିଷ୍ଠାନ, ପ୍ରଶାନସିକ ଅଫିସ୍‌ ଓ ଅନ୍ୟାନ୍ୟ ସଂସ୍ଥା ଉପରେ ଆକ୍ରମଣ କରି ୟୁକ୍ରେନ୍‌କୁ ଦୁର୍ବଳ କରି ଚାଲିଛନ୍ତି ପୁଟିନ ସେନା। ଏବେ ଏୟାରପୋର୍ଟ ଉପରେ ବୋମା ବର୍ଷଇ ବିଶ୍ୱର ସବୁଠାରୁ ବଡ଼ ବିମାନକୁ ନଷ୍ଟ କରିଦେଇଛି ଋଷ ସେନା। ୟୁକ୍ରେନର ହୋଷ୍ଟୋମେଲ୍‌ ଏୟାରପୋର୍ଟରେ ଏହି ବିମାନ ରଖାଯାଇଥିବା ବେଳେ ତା ଉପରେ ବୋମା ମାଡ଼ କରି ବଡ଼ ବିମାନକୁ ସମ୍ପୂର୍ଣ୍ଣ ନଷ୍ଟ କରିଦେଇଛି ଋଷିଆ।

ବିଶ୍ୱର ବଡ଼ ବିମାନ ଏନ୍-୨୨୫ ମାରିଆ ଯାହାକୁ ଦିନେ ‘ଡ୍ରିମ୍’ ନାଁରେ ଲୋକେ ଜାଣିଥିଲେ ଆଜି ଆକ୍ରମଣ ପରେ ଏହା କେବଳ ଧାତୁ ଖଣ୍ଡ ହୋଇ ରହିଯାଇଛି। ଏହି ବିଶାଳ ବିମାନଟି ଅଣ୍ଟୋନୋଭ ଇଣ୍ଟରନ୍ୟାସ୍‌ନାଲ ଏୟାରପୋର୍ଟ( ହଷ୍ଟୋମେଲ ଏୟାରପୋର୍ଟ ବି କୁହାଯାଏ) ଭିତରେ ରଖାଯାଇଥିଲା। ଏୟାରପୋର୍ଟ ଉପରେ ବାରମ୍ବାର ମିସାଇଲ ଓ ବୋମାମାଡ଼ ପରେ ପରେ ଏହା ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ବେଳେ ଭିତରେ ଥିବା ବିଶ୍ୱର ବଡ଼ ମାଲବାହୀ ବିମାନ ଏନ୍-୨୨୫ ମାରିଆ ନଷ୍ଟ ହୋଇଯାଇଛି।

Related Articles

Back to top button