ଓଡ଼ିଶା

ଉତ୍ତରାଖଣ୍ଡରେ ପୁଣି ଭୂକମ୍ପ ଝଟ୍‌କା ଅନୁଭୂତ, ରିକ୍ଟର ସ୍କେଲ୍‌ରେ ତୀବ୍ରତା ୪.୬

ଡେରାଡୁନ: ଉତ୍ତରାଖଣ୍ଡରେ ପୁଣି ଥରେ ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି । ପିଥୌରାଗଡ ଜିଲ୍ଲାରେ ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି । ନେପାଳ ସୀମାର ଆଖପାଖ ଅଞ୍ଚଳରେ ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଭୂକମ୍ପ ତୀବ୍ରତା ୪.୬ ରହିଛି । ସୂଚନା ଅନୁସାରେ ଏପର୍ଯ୍ୟନ୍ତ ମୃତାହତ ନେଉ କୌଣସି ସୂଚନା ମିଳିନାହିଁ ।

ଏହା ପୂର୍ବରୁ ଫେବୃଆରୀ ୧୨ରେ ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଥିଲା । ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୪.୧ ରହିଥିଲା । ଉତ୍ତରାଖଣ୍ଡ ଉତ୍ତରକାଶୀ ଜିଲ୍ଲାରେ ଭୂକମ୍ପ କେନ୍ଦ୍ର ହୋଇଥିବା ସୂଚନା ମିଳିଛି । ଗୁରୁବାର ଦିନ ଜାମ୍ମୁକାଶ୍ମୀରରେ ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଥିଲା । ରିକ୍ଟର ସ୍କେଲ୍‌ରେ ଭୂକମ୍ପର ତୀବ୍ରତା ୫.୩ ରହିଥିଲା । ଭୂକମ୍ପ କେନ୍ଦ୍ର ତାଜିକିସ୍ତାନ ଥିଲା ।

Related Articles

Back to top button
WP Twitter Auto Publish Powered By : XYZScripts.com