ଓଡ଼ିଶା

ଭାଲୁ ଆକ୍ରମଣରେ ଯୁବକ ଗୁରୁତର, ଶୌଚ ହେବାକୁ ଯାଇଥିବାବେଳେ ହାବୁଡରେ ପଡିଗଲେ

ଆନନ୍ଦପୁର() ଆନନ୍ଦପୁର ବ୍ଲକ ପଣସଡିହା ପଞ୍ଚାୟତ ଅନ୍ତର୍ଗତ କୁଠଡିହା ଗାଁରେ ଭାଲୁ ଆକ୍ରମଣରେ ଜଣେ ଗୁରୁତର । ଗୁରୁତର ଅବସ୍ଥାରେ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସୂଚନା ଅନୁଯାୟୀ ଆନନ୍ଦପୁର ଥାନା କୁଠଡିହା ଗ୍ରାମର ବାପ ପୁଅ ଦୁଇଜଣ ସକାଳ ସମୟରେ ଶୌଚ ହେବାକୁ ଘର ଠାରୁ କିଛି ଦୂର ଥିବା ପୋଖରୀକୁ ଯାଇଥିବା ବେଳେ ହଠାତ ୨ଟି ଭାଲୁ ସେମାନଙ୍କୁ ଆକ୍ରମଣ କରିଥିଲେ ।

କିଛି ବୁଝିବା ଆଗରୁ ବଡ ଭାଲୁଟି ହଠାତ ପୁଅ ଜୀବନ କୁମାର ସାମାଣ୍ଡ ଉପରେ ଅଚାନକ ଆକ୍ରମଣ କରି ଲହୁ ଲୁହାଣ କରିଦେଇଥିଲା । ପରିବାର ଲୋକ ତାଙ୍କୁ ଉଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ଠାକୁରମୁଣ୍ଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଓ ପରେ ପରେ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com