Breaking NewsFeaturedଓଡ଼ିଶା

ଘରକୁ ଫେରିଲେ ସୁନ୍ଦରଗଡରୁ ଉଦ୍ଧାର ମା-ଝିଅ

ଛତିଶଗଡ ଫେରିଲେ ସୁନ୍ଦରଗଡରୁ ଉଲଗ୍ନ ଅବସ୍ଥାରେ ଉଦ୍ଧାର ହୋଇଥିବା ମା ଓ ଝିଅ । ସୋମବାର ଛତିଶଗଡରୁ ଆସିଥିବା ମହିଳାଙ୍କ ଝିଅ ଓ ଭଉଣୀଙ୍କ ସହ ଆଜି ଘରକୁ ଫେରିଛନ୍ତି । ସୁନ୍ଦରଗଡ ଟାଉନ ଥାନା ପୁଲିସ ପରିବାରକୁ ଉଦ୍ଧାର ହୋଇଥିବା ମା ଓ ଝିଅଙ୍କୁ ହସ୍ତାନ୍ତର କରିବା ପରେ ସେମାନଙ୍କୁ ନେଇ ଗାଁରେ ପହଂଚାଥିବା ଜଣାପଡିଛି । ସୋମବାର ଉଦ୍ଧାର ମା ଓ ଝିଅଙ୍କ ଠିକଣା ମିଳିଥିଲା । ଉଭୟଙ୍କ ଘର ଛତିଶଗଡର ତୁମଲା ଥାନା ଖାରିବହାଲ ଗାଁ ବୋଲି ସୁନ୍ଦରଗଡ ଏସଡିପିଓ କହିଛନ୍ତି । ଏନେଇ ମହିଳାଙ୍କ ଭଉଣୀ ଓ ସାନ ଝିଅଙ୍କ ବୟାନ ରେକର୍ଟ କରାଯାଇଥିଲା ।

ଯେଉଁଥି ସେମାନେ କହିଥିଲେ ଯେ ପୀଡିତା ମହିଳାଙ୍କ ସ୍ୱାମୀଙ୍କର ମୃତୁ୍ୟ ଘଟିବା ପରେ ସେ ୮ ବର୍ଷ ହେବ ମାନସିକ ବିକୃତ ହୋଇ ଯାଇଛନ୍ତି । ବୁଧାବାର ଠାରୁ ସେମାନେ ଘର ଛାଡି ଚାଲି ଆସିଥିବା ପରିବାର ଲୋକ କହିଥିଲେ । ମା ଓ ଝିଅଙ୍କୁ ଦୁଷ୍କର୍ମ ନେଇ ଏସଡିପିଓ କହିଛନ୍ତି ଏନେଇ କୌଣସି ଅଭିଯୋଗ ଆସିନି । ଦୁଷ୍କର୍ମ ନେଇ ମଧ୍ୟ ମୁହିଁ ଖୋଲି ନାହାନ୍ତି ମହିଳାଙ୍କ ବଡ ଭଉଣୀ । ହେଲେ ଯିଏ ଦୁଷ୍କର୍ମ କଥା କହୁଛନ୍ତି ସେ କେଉଁ ଆଧାରରେ କହୁଛନ୍ତି ତାହା ଜାଣାପଡି ନାହିଁ । ଯଦି ଦୁଷ୍କର୍ମ ଅଭିଯୋଗ ଆସେ ତାହେଲେ ତଦନ୍ତ କରାଯିବ । ସେହିଭଳି ସେମାନେ ମାନିସିକ ସ୍ତରରେ ଅସ୍ଥିର ଥିବା ବେଳେ ପରିମାର ଲୋକ ଘରକୁ ଫେରାଇ ନେବାକୁ ଚାହୁଁଥିବା କହିଥିଲେ ଏସଡିପିଓ । ଏହାପରେ ଆଜି ମା ଓ ଝିଅଙ୍କୁ ସେମାନଙ୍କ ଘର ଛତିଶଗଡକୁ ପଠାଯାଇଛି ।

ଗତ ଶନିବାର ମାଓ ଓ ଝିଅଙ୍କୁ ଉଲଗ୍ନ ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ସୁନ୍ଦରଗଡ ବିଧାୟିକା କୁଶୁମ ଟେଟେ ଉଭୟଙ୍କୁ ଉଦ୍ଧାର କରିଥିଲେ । ସେମାନଙ୍କ ଘର ଝାରଖଣ୍ଡ କୁହାଯାଉଥିବା ବେଳେ ସୋମବାର ସେମାନଙ୍କ ପରିଚୟ ମିଳିଥିଲା । ଝାରଖଣ୍ଡ ନୁହେଁ ବରଂ ସେମାନଙ୍କ ଘର ଛତିଶଗଡ ବୋଲି ଜଣାପଡିଛି । ତେବେ ଉଭୟ ମା ଓ ଝିଅଙ୍କୁ ଉଦ୍ଧାର ପରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ଚିକିତ୍ସା ପରେ ମାଆ ଓ ଝିଅ ସାମାନ୍ୟ ସୁସ୍ଥ ହୋଇଥିଲେ । ହେଲେ ମା ଓ ଝିଅ ସୁସ୍ଥ ହେବା ପରେ ନାନା କଥା ଶୁଣିବାକୁ ମିଳୁଥିଲା । ମା ଓ ଝିଅକୁ ବର୍ଷ ବର୍ଷ ଧରି ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଥିଲା । ସେ ଯାହା ବି ହେଉ ନା କାହିଁ କି । ଏବେ ସେହି ଚର୍ଚ୍ଚାରେ ପୁର୍ଣ୍ଣଚ୍ଛେଦ ପଡିଛି । ମା ଓ ଝିଅଙ୍କୁ ପରିବାଲ ଲୋକଙ୍କ ସହ ସେମାନଙ୍କ ଘର ଛତିଶଗଡକୁ ପଠାଯାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com