ଓଡ଼ିଶା

ଓଡ଼ିଶାରେ ଦ୍ୱିତୀୟ ଏମସ୍ ସ୍ଥାପନ ପାଇଁ କୌଣସି ପ୍ରସ୍ତାବ ନାହିଁ : କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ

 ନୂଆଦିଲ୍ଲୀ, ୦୩/୦୮/୨୦୨୨-  ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ପୁଣିଥରେ କେନ୍ଦ୍ର ସରକାରଙ୍କ ଅଣଦେଖାର ଶିକାର ହୋଇଛି ଓଡ଼ିଶା । ଭୁବନେଶ୍ୱରରେ ଇଏସଆଇ ମେଡିକାଲ କଲେଜ ଓ ହସ୍ପିଟାଲ ଏବଂ ରାଉରକେଲା ଆଇଜିଏଚ୍‌ରେ ମେଡିକାଲ କଲେଜ ସ୍ଥାପନ ପ୍ରତିଶ୍ରୁତିରୁ କେନ୍ଦ୍ର ସରକାର ପୂର୍ବରୁ ଓହରି ଯାଇଥିଲେ । ଏବେ ସୁନ୍ଦରଗଡରେ ରାଜ୍ୟର ଦ୍ୱିତୀୟ ଏମ୍ସ ସ୍ଥାପନ ପ୍ରସଙ୍ଗରେ ମଧ୍ୟ ହାତ ଟେକି ଦେଇଛନ୍ତି । ରାଜ୍ୟ ସରକାର ସୁନ୍ଦରଗଡ଼ରେ ଏମ୍ସ ସ୍ଥାପନ ପାଇଁ ପ୍ରସ୍ତାବ ଦେଇଥିଲେ ସୁଦ୍ଧା ଏହାକୁ କାର୍ଯ୍ୟକାରୀ କରିବାକୁ ପ୍ରସ୍ତୁତ ନୁହଁନ୍ତି କେନ୍ଦ୍ର ସରକାର । ପ୍ରଧାନମନ୍ତ୍ରୀ ସ୍ୱାସ୍ଥ୍ୟ ସୁରକ୍ଷା ଯୋଜନାରେ ଓଡ଼ିଶାରେ ଦ୍ୱିତୀୟ ଏମ୍ସ ସ୍ଥାପନ ପାଇଁ କୌଣସି ପ୍ରସ୍ତାବ ନାହିଁ ବୋଲି ସିଧାସିଧା କହିଛନ୍ତି  କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଭାରତୀ ପ୍ରବୀଣ ପାଓ୍ୱାର ।

Related Articles

Back to top button
WP Twitter Auto Publish Powered By : XYZScripts.com