ଓଡ଼ିଶା

ଦୁର୍ଘଟଣା ପରେ ଜଳିଗଲା ଟ୍ୟାଙ୍କର-ଟ୍ରକ୍, ୯ ଜଣ ଜୀବନ୍ତ ଦଗ୍ଧ

ଚନ୍ଦ୍ରପୁର: ଗୋଟିଏ ଡିଜେଲ ବୋଝେଇ ଟ୍ୟାଙ୍କର ଓ କାଠ ବୋଝେଇ ଟ୍ରକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଦୁଇଟି ଯାକ ଗାଡ଼ିରେ ନିଆଁ ଲାଗି ଯାଇଛି। ଏଥିରେ ଟ୍ୟାଙ୍କର ଓ ଟ୍ରକ୍‌ରେ ଥିବା ସମସ୍ତ ୯ ଜଣ ଲୋକ ଜୀବନ୍ତ ପୋଡ଼ି ହୋଇ ପ୍ରାଣ ହରାଇଛନ୍ତି। ମହାରାଷ୍ଟ୍ରର ଚନ୍ଦ୍ରପୁରରେ ଏପରି ଲୋମହର୍ଷଣକାରୀ ଘଟଣା ଘଟିଛି।

ଜଙ୍ଗଲ ରାସ୍ତାରେ ଦୁର୍ଘଟଣା ଘଟିଥିଲା। ଖବର ପାଇଥିଲେ ମଧ୍ୟ ଦମକଳ ବାହିନୀ ପ୍ରାୟ ୧ ଘଣ୍ଟା ପରେ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏହାପରେ ହିଁ ଦୀର୍ଘ ସମୟର ପରିଶ୍ରମ ପରେ ନିଆଁ ଆୟତ୍ତ ହୋଇଥିଲା। ଗାଡ଼ି ଦୁଇଟି ସହ ଜଙ୍ଗଲର କିଛି ଅଂଶ ମଧ୍ୟ ନିଆଁରେ ପୋଡ଼ି ଯାଇଛି। ତେବେ ଜଙ୍ଗଲର କ’ଣ କ୍ଷୟକ୍ଷତି ହୋଇଛି, ସେ ବିଷୟରେ ଜଣାପଡ଼ିନି। ପୁଲିସ୍‌ ନିଆଁ ଆୟତ୍ତ ହେବା ପରେ ଘଟଣା ସ୍ଥଳରୁ ୯ ଜଣଙ୍କ ମୃତଦେହ ଉଦ୍ଧାର କରି ଚନ୍ଦ୍ରପୁର ହସ୍ପିଟାଲରେ ଭର୍ତ୍ତି କରିଛି।

ପୁଲିସ୍ ଆହୁରି କହିଛି ଯେ ଟ୍ରକ୍ଟି କାଠ ଗୋଲା ଧରି ୱାଦସାରୁ ଚନ୍ଦ୍ରପୁର ଯାଉଥିଲା। ସେହିପରି ଡିଜେଲ ବୋଝେଇ ଟ୍ୟାଙ୍କରଟି ମୁଲରୁ ଚନ୍ଦ୍ରପୁର ଆସୁଥିଲା। ତେବେ ଅଜୟପୁର ନିକଟରେ ଉଭୟେ ସାମ୍ନା ପଟୁ ପରସ୍ପରକୁ ଧକ୍କା ଦେଇଥିଲେ। ଦୁର୍ଘଟଣା ପରେ ଟ୍ରକ୍‌ର ଟାୟାର ଫାଟିଯିବା ସହ ନିଆଁ ଲାଗି ଯାଇଥିଲା। ଟ୍ୟାଙ୍କରରେ ଡିଜେଲ ଥିବାରୁ ନିଆଁ ଦ୍ରୁତଗତିରେ ଦୁଇଟି ଯାକ ଗାଡ଼ି ଓ ନିକଟସ୍ଥଳ ଜଙ୍ଗଲରେ ବ୍ୟାପି ଯାଇଥିଲା। ଫଳରେ ନିଆଁରେ ପୋଡ଼ି ହୋଇ ଟ୍ୟାଙ୍କରେ ଥିବା ଦୁଇ ଟ୍ରାଇଭର ଓ ଟ୍ରକ୍‌ରେ ଥିବା ୭ ଜଣ ଘଟଣା ସ୍ଥଳରେ ପ୍ରାଣ ହରାଇଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com