ଜାତୀୟ

ହିଜାବ ବିବାଦକୁ ନେଇ ମୁଣ୍ଡ ପୁରାଉଛନ୍ତି ଇସ୍‌ଲାମିକ୍‌ ଦେଶ, ଭାରତକୁ ଉପଦେଶ ଦେବାକୁ କରୁଛନ୍ତି ପ୍ରୟାସ

ନୂଆଦିଲ୍ଲୀ() କର୍ଣ୍ଣାଟକରେ ଉଠିଥିବା ହିଜାବ ବିବାଦ ଏବେ ଦେଶ ବାହରକୁ ବ୍ୟାପିଲାଣି । ସ୍କୁଲ୍‌ ଏବଂ କଲେଜ୍‌ରେ ହିଜାବ ପିନ୍ଧିବାକୁ ଅନୁମତି ନ ମିଳିବାକୁ ନେଇ କିଛି ମୁସଲମାନ ଦେଶ ଏଥିରେ ମୁଣ୍ଡ ପୁରାଉଥିବା ଦେଖିବାକୁ ମିଳିଛି । ଇସ୍ଲାମିକ ସହଯୋଗ ସଂଗଠନ ଏହି ବିବାଦ ଉପରେ ଟିପ୍ପଣୀ ଦେଇଛି ଏବଂ ଭାରତକୁ ଏନେଇ ଉପଦେଶ ଦେବାକୁ ପ୍ରୟାସ କରୁଛି ।

ଏହି ସଂଗଠନ ଟ୍ୱିଟ୍‌ କରି କହିଛି ଯେ, ଇସ୍ଲାମିକ୍‌ ସହଯୋଗ ସଂଗଠନର ସଚିବାଳୟ ଏହା ଦାବି କରୁଛି ଯେ ଭାରତର ମୁସ୍‌ଲିମ୍‌ ସମୁଦାୟ ମୁସଲ୍‌ମାନଙ୍କ ସୁରକ୍ଷା ଓ ହିତର ଧ୍ୟାନ ରଖୁ । ଇସ୍‌ଲାମ୍‌କୁ ମାନୁଥିବା ଲୋକଙ୍କ ଜୀବନ ଶୈଳୀର ରକ୍ଷା କରନ୍ତୁ । ଏହାଛଡ଼ା ହିଂସା ପାଇଁ ପ୍ରବର୍ତ୍ତାଉଥିବା ଏବଂ ଅପରାଧ ସୃଷ୍ଟି କରୁଥିବା ଲୋକଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବାକୁ ସେ ଏହି ଟ୍ୱିଟ୍‌ରେ ଲେଖିଛନ୍ତି ।

ଇସ୍‌ଲାମିକ୍‌ ସହଯୋଗ ସଂଗଠନ ଅନ୍ତରାଷ୍ଟ୍ରୀୟ ସମୁଦାୟକୁ ନିବେଦନ କରି କହିଛି ଯେ ଏହି ବିବାଦରେ ହସ୍ତକ୍ଷେପ କରି ମାନବ ଅଧିକାର ରକ୍ଷା ପାଇଁ ପ୍ରୟାସ କରିନ୍ତୁ । କେବଳ ସେତିକି ନୁହେଁ ଇସ୍‌ଲାମିକ୍‌ ସହଯୋଗ ସଂଗଠନ ଭାରତର ହରିଦ୍ୱାରରେ ହୋଇଥିବା ଧର୍ମ ସଂସଦ ସମୟରେ ଘୃଣା ସୃଷ୍ଟି କରୁଥିବା ବକ୍ତବ୍ୟକୁ ନେଇ ଭାରତକୁ ଉପଦେଶ ଦେବା ପାଇଁ ପ୍ରୟାସ କରିଥିବା ଦେଖିବାକୁ ମିଳିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com