ଓଡ଼ିଶା

ଚେନ୍ନାଇରୁ ଫେରିଲା ଦମନ ଟିମ୍ କିନ୍ତୁ ଫେରିଲେନି ବାବୁସାନ୍

ଭୁବନେଶ୍ୱର, ୨୬/୦୭/୨୦୨୨- ଚେନ୍ନାଇରୁ ଫେରିଲେ ଫିଲ୍ମ ‘ଦମନ’ର ପୂରା ଟିମ୍ । ତେବେ ଟିମ ସହ ଫେରିନାହାନ୍ତି ବାବୁସାନ୍ । ତାଙ୍କ ପାଇଁ ଟିକେଟ ହୋଇଥିଲେ ମଧ୍ୟ ସେ ଓଡ଼ିଶା ଆସିନାହାନ୍ତି । ଗତ ୨୪ତାରିଖରୁ ହୋଟେଲ ଛାଡ଼ି ଚାଲିଯାଇଛନ୍ତି ବାବୁ । ଏବେ ସେ କେଉଁଠି ଅଛନ୍ତି ଜଣାନାହିଁ ବୋଲି କହିଛନ୍ତି ସହଯୋଗୀ । ସେପଟେ ଅଧିକ ତଦନ୍ତ ପାଇଁ ମଙ୍ଗଳବାର ଖାରବେଳ ଥାନା ପୋଲିସ ପ୍ରକୃତିଙ୍କ ଭୁବନେଶ୍ୱର ସ୍ଥିତ ଘରେ ପହଞ୍ଚିଥିଲା । ବାପା ମାଙ୍କ ଉପସ୍ଥିତିରେ ମହିଳା ଥାନା ଅଧିକାରୀ ପ୍ରକୃତିଙ୍କୁ ୧ ଘଣ୍ଟା ଜେରା କରିଥିଲା ।ଜେରା ସମୟରେ ପ୍ରକୃତି ସମ୍ପୂର୍ଣ୍ଣ ସହଯୋଗ କରିଥିବା ଖାରବେଳ ନଗର ଥାନା ଅଧିକାରୀ ସୂଚନା ଦେଇଛନ୍ତି । ବାବୁସାନଙ୍କ ସହ ତାଙ୍କର ଦେଖା ହୋଇଥିବା ଏବଂ ବାବୁସାନ୍ ତାଙ୍କ ଘରକୁ ଫେରିଯାନ୍ତୁ ଓ ସୁଖରେ ସଂସାର କରନ୍ତୁ ବୋଲି ପ୍ରକୃତିଙ୍କ ବାପା ମନ୍ମଥ ମିଶ୍ର ନିଜ ପ୍ରତିକ୍ରିୟାରେ କହିଛନ୍ତି । ଅନ୍ୟପକ୍ଷରେ ପ୍ରକୃତି ମିଶ୍ରଙ୍କ ସହ ଫ୍ୟାମିଲି ଫଟୋ ସେୟାର କରିଛନ୍ତି ମାଆ କ୍ରିଷ୍ଣା । ଜାରି ହୋଇଥିବା ଫ୍ୟାମିଲି ଫଟୋରେ ଅଛନ୍ତି ପ୍ରକୃତି, ବାପା ମନ୍ମଥ ଓ ମାଆ କ୍ରିଷ୍ଣା । କ୍ରିଷ୍ଣା କହିଛନ୍ତି ପ୍ରତିଟି ପ୍ରତିବନ୍ଧକ ପରେ ସମସ୍ତେ ସାମାନ୍ୟ ରିଲାସ୍କ ହୋଇଛନ୍ତି । ପୋଲିସ ପକ୍ଷରୁ ଉଭୟ ପ୍ରକୃତି ଏବଂ ବାବୁସାନଙ୍କୁ ହାଜର ହେବା ପାଇଁ ନୋଟିସ୍ କରିଥିଲା । ଶନିବାର ସ୍ୱାମୀ ବାବୁସାନଙ୍କ ସହ ଏକାଠି ଦେଖି ପ୍ରକୃତିଙ୍କୁ ଆକ୍ରମଣ କରିଥିଲେ ପତ୍ନୀ ତୃପ୍ତି । ଅପ୍ରୀତିକର ପରିସ୍ଥିତି ଉପୁଜିବା ପରେ ପ୍ରକୃତି ଚେନ୍ନାଇ ଚାଲି ଯାଇଥିଲେ । ସେହିପରି ଏକ କାର‌୍ୟ୍ୟକ୍ରମରେ ଯୋଗ ଦେବାକୁ ବାବୁସାନ ବି ଚାଲିଯାଇଥିଲେ ଚେନ୍ନାଇ । ପ୍ରକୃତିଙ୍କ ମା କ୍ରିସ୍ନାପ୍ରିୟା ମିଶ୍ରଙ୍କ ଅଭିଯୋଗ ଆଧାରରେ ତୃପ୍ତିଙ୍କୁ ପୋଲିସ ପଚରା ଉଚୁରା କରିବା ପରେ ସିଆରପିସି ଧାରା ୪୧(କ) ଅନୁସାରେ ନୋଟିସ ଦେଇ ଛାଡିଛି ଖାରବେଳନଗର ଥାନା ପୋଲିସ । ପୂର୍ବରୁ ତୃପ୍ତିଙ୍କ ବାପାଙ୍କୁ ମଧ୍ୟ ସିଆର୍‌ପିସି ୪୧ (କ) ରେ ନୋଟିସ ଦେଇ ଛାଡି ଦେଇଥିଲା ପୋଲିସ ।

Related Articles

Back to top button
WP Twitter Auto Publish Powered By : XYZScripts.com