ଓଡ଼ିଶା

ପୁରୀ ଶ୍ରୀମନ୍ଦିର ସୁରକ୍ଷା ପାଇଁ ସ୍ୱତନ୍ତ୍ର ସୁରକ୍ଷା ବାଟାଲିୟନ ଗଠନ କରିବାକୁ ବିଜ୍ଞପ୍ତି ପ୍ରକାଶ ପାଇଛି

ଗୃହ ବିଭାଗ ପକ୍ଷରୁ ପୁରୀ ଶ୍ରୀମନ୍ଦିର ସୁରକ୍ଷା ପାଇଁ ସ୍ୱତନ୍ତ୍ର ସୁରକ୍ଷା ବାଟାଲିୟନ ଗଠନ କରିବାକୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ଟିମ୍ ଶ୍ରୀମନ୍ଦିର ସୁରକ୍ଷା, ଭିଡ଼ ନିୟନ୍ତ୍ରଣ ଏବଂ ଭକ୍ତଙ୍କ ପାଇଁ ସୁବିଧା ଭଳି ବ୍ୟବସ୍ଥାର ଅନୁଧ୍ୟାନ କରିବେ।

ଏହି ବାଟାଲିୟନରେ ମୋଟ ୧୦୮୩ କର୍ମଚାରୀ ରହିବେ ଏବଂ ପୁରୀ ଏସପିଙ୍କ ନିୟନ୍ତ୍ରଣରେ ଏହା କାର୍ଯ୍ୟ କରିବ ବୋଲି କୁହାଯାଇଛି। ତେବେ ଗତ ଡିସେମ୍ବର ୨୫ ତାରିଖ ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଉତ୍ସର୍ଗୀକୃତ ସ୍ୱତନ୍ତ୍ର ସୁରକ୍ଷା ବାଟାଲିୟନ ଗଠନକୁ ଅନୁମୋଦନ ଦେଇଥିଲେ।

Related Articles

Back to top button
WP Twitter Auto Publish Powered By : XYZScripts.com